ବାଇକ ଦୁର୍ଘଟଣାରେ ୨ଗୁରୁତର

ଫୁଲବାଣୀ,୨୮/୧୨- କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର ମୁଖ୍ୟରାସ୍ତାର ମାଦିକୁନ୍ଦା ଛକ ନିକଟସ୍ଥ କୃଷି ବିଭାଗ ସାମ୍ନାରେ ଫାଷ୍ଟଫୁଡ଼ ଦୋକାନ ଆଗରେ ଏକ ବାଇକ ଚାଳକ କ୍ଷିପ୍ରବେଗରେ ଆସି ରାସ୍ତାରେ ଯାଉଥିବା ଏକବ୍ୟକ୍ତିକୁ ଧକ୍କାଦେବା ଫଳରେ ବ୍ୟକ୍ତି ଜଣଙ୍କ ଛିଟିକି ପଡିବାରୁ ଉଭୟ ବାଇକ ଚାଳକ ଓ ବ୍ୟକ୍ତି ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ଯୋଗାଯୋଗ ଫଳରେ ଅଶ୍ରମ ବିଭାଗ ଓ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗୁରୁତରଙ୍କୁ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି ।

Comments (0)
Add Comment