ଜନ୍ମକଲା ପୁଅର ଟାଙ୍ଗିଆ ଚୋଟରେ ମା ଗୁରୁତର

ଫୁଲବାଣୀ,୧୬/୨- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲାପଡା ପଂଚାୟତ ଗୁରୁପଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଜନ୍ମକଲା ପୁଅର ଟାଙ୍ଗିଆ ଚୋଟରେ ମା ଗୁରୁତର ହୋଇ ମେଡିକାଲରେ ଭର୍ତ୍ତିହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ଗୁରୁପଡା ଗାଁର ବୈକୁଣ୍ଠ ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କ ସାନପୁଅ ଅଶ୍ୱିନୀ ଆଜି ଦିନ ପ୍ରାୟ ଗୋଟାଏ ବେଳେ କୌଣସି କାରଣବଶତଃ ତାର ମା ସହ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସାନ ପୁଅ ଅଶ୍ୱିନୀ ଏକ ଧାରୁଆ ଟାଙ୍ଗିଆରେ ହାଣି ପକେଇଥିଲା । ଏହାପରେ ଅଭିଯୁକ୍ତ ପୁଅ ଟାଙ୍ଗିଆ ସହ ଫିରିଙ୍ଗିଆ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡିଛି । ଅନ୍ୟପଟେ ଖବରପାଇ ଫିରିଙ୍ଗିଆ ଥାନାର ଅତିରିକ୍ତ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ ଘଟଣା ସ୍ଥଳରେ ପହଁଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ମହିଳାକୁ ଉଦ୍ଧାରକରି ପ୍ରଥମେ ଫିରିଙ୍ଗିଆ ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିବାବେଳେ ପରେ ଅବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କୁ ଫୁୁଲବାଣୀ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ପୋଲିସ କହିଛି ।

Comments (0)
Add Comment