ଫୁଲବାଣୀ,୧୨/୮:- ନେହେରୁ ଯୁବକେନ୍ଦ୍ର ଫୁଲବାଣୀ ଏବଂ ୧୨୭ ସିଆରପିଏଫ ବାଟାଲିୟନ ବାଲିଗୁଡାର ମିଳିତ ଅନୁକୂଲ୍ୟରେ ମେରୀ ମାଟି ମେରୀ ଦେଶ କାର୍ଯକ୍ରମ କେବିହିଷ୍ଟ କଲେଜ ବାଲିଗୁଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବରେ ସିଆରପିଏଫ କମାଣ୍ଡେଣ୍ଟ ଆନନ୍ଦ ଝା ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବରେ ସହ କମାଣ୍ଡେଣ୍ଟ ଏସ ମ ବେହେରା , ଡେପୁଟି କମାଣ୍ଡେଣ୍ଟ ଅଜିତ ସି ବାବୁ, ବିପିନ୍ କୁମାର୍, କଲେଜର ଅଧ୍ୟାପକ ମିଲନ ଦିଗାଲ ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ । ଦେଶ ସ୍ୱାଧୀନତା ହେବା ୭୫ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ଗତ ୯ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ପଂଚାୟତରେ ୭୫ ଟି ଲେଖାଏଁ ବୃକ୍ଷରୋପଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥିସହ ପ୍ରତ୍ୟେକ ପଂଚାୟତରୁ ମାଟି ସଂଗ୍ରହ କରାଯାଇ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ । ନେହେରୁ ଯୁବକେନ୍ଦ୍ର ଫୁଲବାଣୀ ତରଫରୁ ଏହି ଅବସରରେ ଦେଶ ପାଇଁ ଶହୀଦ ହୋଇ ଥିବା ଜବାନ ମାନଙ୍କ ପରିବାରକୁ ଏହି ଅବସରରେ ସମ୍ମାନିତ କରାଯିବ ଜିଲ୍ଲା ଯୁବ ଅଧିକାରୀ ଅବଗତ କରିଥିଲେ ।