ଭୋଟ ବର୍ଜନ କଲେ ଗ୍ରାମବାସୀ

ଫୁଲବାଣୀ,୧୬/୨- ଆଜି ହେଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ଏପଟେ ବର୍ଜନ କରିଛନ୍ତି ଗ୍ରାମବାସୀ । ଏମିତି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଅନ୍ତର୍ଗତ ବଣ୍ଡଗୁଡ଼ା ପଞ୍ଚାୟତର ୪ ନମ୍ବର୍‌ ୱାର୍ଡବାସୀ । ଗ୍ରାମବାସୀଙ୍କ ଅଭିଯୋଗ ହେଲା କ.ନୂଆଗାଁ ବ୍ଲକର ଦୁଇଗୋଟି ଆଡ଼ମହା ଓ ଜିରିଡିକିଆ ପଞ୍ଚାୟତ ନୂତନ ଭାବେ ଗଠନ ହେଲା । ଆଜିକୁ ପୂର୍ବ ପଞ୍ଚାୟତ ନିର୍ବାଚନଠାରୁ ଗ୍ରାମବାସୀ ଏହାକୁ ବିରୋଧ କରି ଆସୁଛନ୍ତି । ନିୟମ ଅନୁଯାୟୀ ପ୍ରତି ୧୦ କିଲୋମିଟରରେ ଗୋଟିଏ ପଞ୍ଚାୟତ ଗଠନ ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଏହି ବ୍ଲକରେ ଗୋଟିଏ କିଲୋମିଟର ଦୂରତାରେ ୨ ଟି ପଞ୍ଚାୟତ ଗଠନ କରିଛନ୍ତି । ବାରମ୍ବାର ଜିଲ୍ଲା ପ୍ରଶାସନ, ନିର୍ବାଚନ କମିଶନରଙ୍କ ପାଖରେ ଦ୍ୱାରସ୍ଥ ହେବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ ହେଲା ମଗଡିଙ୍ଗିଆ ଗ୍ରାମକୁ ପଞ୍ଚାୟତ ଘୋଷଣା କରାଯାଏ ତାହାହେଲେ ଏହି ଗ୍ରାମକୁ ଲାଗି ରହିଥିବା ବହୁ ଗ୍ରାମ ଗୁଡ଼ିକ ମୌଳିକ ସୁବିଧା ପାଇପାରିବେ । ବର୍ତ୍ତମାନ ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ଆଗକୁ ଏହାର କିଛି ସମାଧାନ ନକଲେ ଆଗକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନରେ ମଧ୍ୟ ଭୋଟ ବର୍ଜନ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

Comments (0)
Add Comment