ଦୁର୍ଘଟଣା ପରେ ସାମ୍ବାଦିକଙ୍କ ମୃତ୍ୟୁ

ଫୁଲବାଣୀ,୨୬/୬ – କନ୍ଧମାଳ ଜିଲ୍ଲା ଜି .ଉଦୟଗିରି ଏନଏସି ଅନ୍ତର୍ଗତ ଦୁଗୁରିପଡି ଗ୍ରାମର ସାମ୍ବାଦିକ ଆନନ୍ଦ ପ୍ରଧାନଙ୍କ ଆଜି ମୃତ୍ୟୁ ଘଟିଛି । ସେ ନବୀନ ସାପ୍ତାହିକ ଖବର କାଗଜ ବ୍ଲକ ସମ୍ବାଦଦାତା ଥିଲେ । ସୂଚନାଯୋଗ୍ୟ ଯେ ଗତ ୨୪ ତାରିଖରେ ଖବର ସଂଗ୍ରହ କରିବା ପାଇଁ ଯାଉଥିବାବେଳେ ତାଙ୍କର ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ତାଙ୍କୁ ଜି. ଉଦୟଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ତାପରେ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ପରେ ଏମକେସିଜି ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା ହେଲେ ସେଠାରେ ମଧ୍ୟ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ନହେବାରୁ ଗତକାଲି ରାତିରେ ଏମକେସିଜି କଟକକୁ ସ୍ଥାନାନ୍ତର କରିବାକୁ ଡାକ୍ତର ନିର୍ଦ୍ଦେଶ ଦେଇଥିଲେ । କଟକ ନେବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ସମଗ୍ର ଜିଲ୍ଲାରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । ସାମ୍ବାଦିକ ଆନନ୍ଦ ପ୍ରଧାନଙ୍କ ଅକାଳ ବିୟୋଗରେ ନବୀନ ଜିଲ୍ଲା ପ୍ରତିନିଧି ତଥା ସମାଜସେବୀ ଏବଂ ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରା,ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, ସନ୍ତୋଷ କୁମାର ଦିଗାଲ, ପ୍ରଶାନ୍ତ ବେହେରାଙ୍କ ସମେତ ସାମ୍ବାଦିକ ଆଦିତ୍ୟ ତ୍ରିପାଠୀ, ସୂର୍ଯ୍ୟ ବେହେରା,ପ୍ରଶାନ୍ତ ଜେନା,ରମେଶ ପ୍ରଧାନ ପ୍ରମୁଖଙ୍କ ସହ ବହୁ ଗଣମାଧ୍ୟମ ପ୍ରତିନିଧି ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସରକାରଙ୍କ ତରଫରୁ ମୃତ ସାମ୍ବାଦିକଙ୍କ ପରିବାରବର୍ଗଙ୍କୁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇଦେବାକୁ ଗଣମାଧ୍ୟମ ସଙ୍ଘ ଗୁଡିକ ଦାବି କରିଛନ୍ତି ।

Comments (0)
Add Comment