ଫୁଲବାଣୀ,୨୦/୧୦- ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମିତାରାଣୀ ମହାନ୍ତିଙ୍କ ନେତୃତ୍ୱରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା କଳାହାଣ୍ଡି ଜିଲ୍ଲା ମହିଳା ମୋର୍ଚ୍ଚା ପ୍ରଭାରୀ ଅର୍ଚ୍ଚନା ପ୍ରଧାନ ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ରାଜକୁମାରୀ ନାୟକ, ଚକାପାଦର ପାର୍ବତୀ ଆଚାର୍ଯ୍ୟ, ଜିଲ୍ଲା ଉପ ସଭାନେତ୍ରୀ ନମିତା ସାହୁ, ଅନିତା ସାହାଣୀ, ମାମି ନାୟକ, ଜ୍ୟୋତିର୍ମୟୀ ମଲିକ, ନବାତି ଯାନୀ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରୀନେତ୍ରୀ ମାନେ ରାଜ୍ୟ ସରକାର ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ ବିଷୋଦଗାର କରିବା ସହିତ ମନ୍ତ୍ରୀଙ୍କର କୁଶପୁତ୍ତଳିକା ଦାହ କରିଥିଲେ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର କରିବା ସହିତ ସ୍ୱର୍ଗତ ମମିତା ମେହେରଙ୍କୁ ତ୍ୱରିତ ଓ ଉଚିତ ନ୍ୟାୟ ପ୍ରଦାନ ପାଇଁ ମାମଲାଟିକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଥିଲେ । ଏଥିରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ଉପ ସଭାପତି ରମେଶ ମହାନ୍ତି (ବନ ଭାଇ), ଜିଲ୍ଲା ସାଧାରଣ ସଂପାଦକ ଲିଙ୍ଗରାଜ ଦଳବେହେରା, ଫୁଲବାଣୀ ନଗର ସଭାପତି ସୁଶାନ୍ତ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତି, ଦେବ ନାରାୟଣ ପ୍ରଧାନ, ଜିଲ୍ଲା ସମ୍ପାଦକ ପରେଶ୍ ମହାପାତ୍ର, ଟିକାବାଲି ମଣ୍ଡଳ ସଭାପତି, ଜୀତେନ୍ଦ୍ର ଡାକୁଆ, ଜିଲ୍ଲା ଆଦିବାସୀ ମୋର୍ଚ୍ଚାର ସାଧାରଣ ସଂପାଦକ ସୁବାଷ ଯାନୀ, ନଗର ଉପ ସଭାପତି ସମୀର ଘଟାଲ, ଯୁବମୋର୍ଚ୍ଚାର ସୁଧାଂଶୁ ଗୁରୁ ପ୍ରମୁଖ ସହଯୋଗ କରିଥିଲେ ।