କରୋନାରେ ମୃତ ସାମ୍ବାଦିକଙ୍କ ପରିବାରକୁ ଆର୍ଥିକ ସହାୟତା

ଫୁଲବାଣୀ,୧୩/୧- କରୋନାରେ ମୃତ୍ୟୁବରଣ କରିଥିବା କନ୍ଧମାଳ ଜିଲ୍ଲାର ନୂଆଗାଁ ବ୍ଳକ ଅଞ୍ଚଳର ସାମ୍ବାଦିକ ସୁଦାମ ନାୟକଙ୍କ କରୋନାରେ ମୃତ୍ୟୁ ହୋଇଥିଲା ସେ ପ୍ରମେୟ ଖବର କାଗଜର ବ୍ଳକ ପ୍ରତିନିଧି ଥିଲେ । ବୁଧବାର ମୃତ ସୁଦାମ ନାୟକଙ୍କ ପତ୍ନୀ ଲିଲିମା ନାଏକଙ୍କୁ ସରକାରଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଏହି ସହାୟତା ରାଶି ପ୍ରଦାନ କରିଥିଲେ । ଏହା ପୂର୍ବରୁ ପ୍ରମେୟର ଜିଲ୍ଲା ପ୍ରତିନିଧି ତାରିଣୀ ଚରଣ ପାଢି ଓ ଆଶୁତୋଷ ବେହେରାଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା ଓ ତାଙ୍କର ପରିବାରଙ୍କୁ ମଧ୍ୟ ସରକାରଙ୍କ ପକ୍ଷରୁ କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡ଼ି ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ । ଏ ନେଇ ଜିଲ୍ଲା ପ୍ରେସ କ୍ଳବ ଓ ବିଭିନ୍ନ ସାମ୍ବାଦିକ ସଂଗଠନ ପକ୍ଷରୁ ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।

Comments (0)
Add Comment