ଫୁଲବାଣୀ,୧୧/୭: ରାଜ୍ୟ ସରକାରଙ୍କ ଜାଗାମିଶନର ଉପଦେଷ୍ଟା ହରିଶଙ୍କର ରାଉତ କନ୍ଧମାଳ ଜିଲ୍ଲାର ଫୁଲବାଣୀ ପୌରପରିଷଦର ବିଭିନ୍ନ ୱାର୍ଡ ଯଥା ୪,୮,୯,୧୦ ଓ ୧୧ ନମ୍ବରର ସମସ୍ତ ଜାଗା ମିଶନର କାର୍ଯ୍ୟ ସମୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ଜିଲ୍ଲା ଯୁବ ସଭାପତି ବିଷ୍ଣୁଚରଣ ମଲ୍ଲିକ, ଫୁଲବାଣୀ ପୌର ପରିଷଦ ଉପାଧ୍ୟକ୍ଷା ପାୟଲ ବେହେରା, ନଗର ଯୁବ ସଭାପତି ରାକେଶ ମିଶ୍ର, ନଗର ଯୁବ ଉପସଭାପତି ଚନ୍ଦନ ପରିଡା, ଯୁବ ସମ୍ପାଦକ ରମାକାନ୍ତ ବେହେରା, ରଞ୍ଜିତ ନାୟକ, ଅସିତ ବେହେରା, ଲକି ମହାନ୍ତି, ୪ନମ୍ବର ୱାର୍ଡର କାଉନସିଲର ଲୋଚନ କହଁର, ୮ ନମ୍ବର ୱାର୍ଡର ରାଜେନ୍ଦ୍ର ପାଢି ପ୍ରମୁଖ ଉପସ୍ଥିତ ଥିଲେ । ଏହିସବୁ ୱାର୍ଡରେ ବୁଲି ଯେଉଁ ସବୁ ଜାଗାକୁ ଜାଗା ମିଶନରେ ସାମିଲ କରାଯାଇଛି ଏବଂ ଜାଗା ମିଶନରେ ଚିହ୍ନଟ ହୋଇନଥିବା ଘରଗୁଡ଼ିକୁ ସାମିଲ କରିବା ପାଇଁ ସମୀକ୍ଷା କରିଥିବା ଜଣାପଡିଛି ।