କନ୍ଧମାଳ ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା

ଫୁଲବାଣୀ,୨୪/୧୧- କନ୍ଧମାଳ ବିଜୁଜନତା ଦଳର ନୂତନ କର୍ମକର୍ତ୍ତା ନିଯୁକ୍ତି କରାଯାଇଛି । ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ଦ୍ୱାରା ଚୟନ କରାଯାଇଥିବା ବ୍ୟକ୍ତି ।ନଙ୍କ ତାଲିକାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିବା ନେଇ ଆଜି କନ୍ଧମାଳ ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି । ସୂଚନା ମୁତାବକ କନ୍ଧମାଳ ଜିଲ୍ଲାର ଉପସଭାପତି ଭାବରେ କ୍ଳେଶ ପ୍ରଧାନ, କୁନା ଦଣ୍ଡସେନା, ଲାଲନନ୍ଦ ପ୍ରଧାନ, କାଳୁଚରଣ ପ୍ରଧାନ, ଶୁସାନ୍ତ ପ୍ରଧାନ, ପିତାମ୍ବର ପ୍ରଧାନ, ସନ୍ତୋଷ ପରିଛା ଏବଂ ଉମା ଚରଣ ମଲ୍ଲିକଙ୍କୁ ଚୟନ କରାଯାଇଥିବାବେଳେ ସାଧାରଣ ସମ୍ପାଦକ ଭାବରେ ପ୍ରଦୀପ କୁମାର ମୁନୀ, କିଶୋରଚନ୍ଦ୍ର ନାୟକ, ପରାଶର ପାଟମାଝୀ, ବିଷ୍ଣୁ ଲେଙ୍କା, ମଦନମୋହନ ପ୍ରଧାନ, ଲୋକନାଥ ପାଢୀ, କମଳ କୁମାର ବେହେରା, ବୈନେତ୍ରୀ କହଁର, ଏମଡି ସାହିଦ ଉଦ୍ଦିନ, ଟିକେଶ୍ୱର ପ୍ରଧାନ, ଶିବ ପାତ୍ର ଏବଂ ମନୋଜ କୁମାର ସାବତଙ୍କୁ ଚୟନ କରାଯାଇଛି । ସେହିପରି ସମ୍ପାଦକ ଭାବରେ ଜିଲ୍ଲାର ୧୨ଟି ବ୍ଳକର ୧୬ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ପ୍ରଦିପ ପ୍ରଧାନ, ବିରୂପାକ୍ଷ ପଣ୍ଡା, ସୁଜନ ନାୟକ, ଟି ଶ୍ରୀନିବାସ୍‌ ରାଓ, ଖଗେଶ୍ୱର ପଟ୍ଟନାୟକ, ଶାନ୍ତନୁ ସାହୁ, ନମିତା ମଲ୍ଲିକ, ହେମନ୍ତ କହଁର, ନୀଳାମ୍ବର କହଁର, ଦେବନାଥ ଦଳବେହେରା, ମଦନ ମୋହନ ପାଢ଼ୀ, ଲୋଚନ କହଁର, ଭଜମନ ପ୍ରଧାନ, ଯୁଗ୍ମ ସମ୍ପାଦକ ଭାବରେ ଜିଲ୍ଲାର ବିଭିନ୍ନ ଅଂଚଳର ୧୩ ଜଣଙ୍କୁ ବଛାଯାଇଛି । ସେମାନେ ହେଲେ ରଂଜନ କହଁର, ଦିଲୀପ କୁମାର କହଁର, ଜ୍ୟୋତି କୁମାର ସିଂ, ସହଦେବ ପାତ୍ର, ବସନ୍ତ କୁମାର ପାତ୍ର, ଜୟଶ୍ରୀ ମହାନ୍ତି, ଶ୍ୟାମସୁନ୍ଦର ବଡ ସେଠ, ରାଜୁ ବାରିକ, ଯୁଧିଷ୍ଠିର ଦିଗାଲ, ଦିଲିପ କୁମାର ପ୍ରଧାନ, ସମ୍ପଦ ଦାସ, ଶଙ୍କର ମହାପାତ୍ର, ଭାଗବତ ବେହେରାଙ୍କୁ ବଛାଯାଇଛି । ସେହିପରି କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ଡିଜିଟାଲ ସାଧାରଣ ସମ୍ପାଦକ ଭାବେ ରାଜେନ୍ଦ୍ର କୁମାର ପାଢୀ ଡିଜିଟାଲ୍‌ ସେକ୍ରେଟାରୀ ସ୍ୱସ୍ତିକ ପାତ୍ର, ଡିଜିଟାଲ୍‌ ଯୁଗ୍ମ ସମ୍ପାଦକ ଭାବେ ବାଦଲ କୁମାର ସାହୁଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ବିଜେଡି ସଭାପତି ।

Comments (0)
Add Comment