ବିଜେପି କନ୍ଧମାଳ ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ଓ ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ,୧୫/୭- ଭାରତୀୟ ଜନତା ପାର୍ଟି କନ୍ଧମାଳ ତରଫରୁ କାର୍ଯ୍ୟକାରିଣୀ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଫୁଲବାଣୀର ଏଫସିଆଇ ଛକ ନିକଟସ୍ଥ ଦେବ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଦୁର୍ନୀତି, କନ୍ଧମାଳ ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ଓ ଅନେକ ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀ, ଜିଲ୍ଲା ସଭାପତି ଶ୍ରୀ ଜଗନ୍ନାଥ ସାହୁ, ପୂର୍ବତନ ସାଂସଦ ତଥା କନ୍ଧମାଳ ସାଂସଦ ପ୍ରାର୍ଥୀ ଶ୍ରୀ ଐରଖାରବେଳ ସ୍ୱାଇଁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କମଳାକାନ୍ତ ପାଣ୍ଡେ ଓ ଭଗବାନ ମହାନ୍ତି, ଉପ ସଭାପତି ରମେଶ ମହାନ୍ତି ଓ ଅଜିତ ପଟ୍ଟନାୟକ, ନଗର ସଭାପତି ସୁଶାନ୍ତ ମହାନ୍ତି,ତପନ ପାଢ଼ୀ, ସୁଧାଂଶୁ ଗୁରୁଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇ କନ୍ଧମାଳ ଜିଲ୍ଲା ପ୍ରତି ବିଜେଡି ସରକାର ବୈମାତୃକ ମନୋଭାବ ଦେଖାଉଛନ୍ତି । ଜିଲାରେ ବହୁ ଗରିବ ଲୋକ ଥିଲାବେଳେ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଉ ନାହିଁ । କନ୍ଧମାଳ ପର୍ଯ୍ୟଟନ କ୍ଷେତ୍ରରେ ଅପାର ସମ୍ଭାବନା ସୃଷ୍ଟି କରୁଅଛି ହେଲେବି କୌଣସି କାର୍ଯ୍ୟ କରାଯାଉ ନାହିଁ, ବହୁ ସମ୍ଭାବନା ଥିଲାବେଳେ ମଧ୍ୟ ସେଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ । ମେଡିକାଲ ମାନଙ୍କରେ ଡାକ୍ତର ନାହାନ୍ତି, ସେହିସବୁ ମେଡିକାଲରେ ତୁରନ୍ତ ସେଠାରେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବାକୁ ଦାବି କରୁଛି ବିଜେପି ବୋଲି ପୂର୍ବତନ ସାଂସଦ ତଥା କନ୍ଧମାଳ ସାଂସଦ ପ୍ରାର୍ଥୀଖାରବେଳ ସ୍ୱାଇଁ କହିଛନ୍ତି ।

Comments (0)
Add Comment