ଫୁଲବାଣୀରେ ଓଡିଶାବନ୍ଦର ଆଂଶିକ ପ୍ରଭାବ

ଫୁଲବାଣୀ,୧୫/୭- ଦୈନନ୍ଦିନ ଜୀବନରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ସମେତ ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସର ଆକାଶଛୁଆଁ ଦରଦାମ ବୃଦ୍ଧି ନେଇ ବାମପନ୍ଥୀଦଳ ପକ୍ଷରୁ ଦିଆ ଯାଇଥିବା ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ବନବାସୀ ସୁରକ୍ଷା ପରିଷଦ ଓ ଚାଷୀ ମୂଲିଆ ସଂଗଠନ ସମର୍ଥନ ଜଣାଇ ଥିଲେ , ହେଲେବି ତାହା ସେତେଟା ପ୍ରଭାବ ପଡିନଥିଲା । ଫୁଲବାଣୀରେ ଗାଡି ମୋଟର ଚଳାଚଳ ବନ୍ଦଥିବା ବେଳେ ପ୍ରାୟ ଦୋକାନ ବଜାର ହୋଟେଲ ଓ ଅଫିସ ବ୍ୟାଙ୍କ କୋର୍ଟ କଚେରୀ ସ୍ୱାଭାବିକ ଭାବେ ଚାଲିଥିବାର ଦେଖିବାକୁ ମିଳିଥିଲା । ଗରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ପୋଲିସ ମୁତୟନ କରାଯିବା ସହ ପେଟ୍ରୋଲିଂ କଡାକଡି କରାଯାଇଥିଲା । ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀ ,ଯୁବ କଂଗ୍ରେସ ସମ୍ପାଦକ ପଞ୍ଚାନନ ବେହେରା,ଘନ କୁମାର ଶବର, ଦୁର୍ଯ୍ୟୋଧନ ପଟ୍ଟନାୟକ, ନଗର ସଭାପତି ଶିବ ଶଙ୍କର ବେହେରା, ହୃଷିକେଶ ବେହେରା, ବଳଦେବ ବେହେରା, ଗୌର ବେହେରା, ଛାତ୍ର ନେତା ଅନୁପମ କହଁର, ସୂର୍ଯ୍ୟ କାନ୍ତ ଦାଶଙ୍କ ସମେତ ବହୁ କଂଗ୍ରେସ କର୍ମୀମାନେ ମଧ୍ୟ ଯୋଗଦେଇ ୬ ଘଣ୍ଟିଆ ଓଡ଼ିଶା ବନ୍ଦକୁ ସମର୍ଥନ ଜଣାଇ ଶାନ୍ତି ଶୃଙ୍ଖଳାର ସହ ପାଳନ କରିଥିଲେ ।

Comments (0)
Add Comment