ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ତରଫରୁ ଓଏସଏସସି ମହାଦୁର୍ନୀତି ପ୍ରତିବାଦରେ ବିକ୍ଷୋଭ

ଫୁଲବାଣୀ,୪/୮- ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ତରଫରୁ ଓଏସଏସସି ମହାଦୁର୍ନୀତି ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୂଚନାଯୋଗ୍ୟ ଯେ ମେଧା ପରିବର୍ତ୍ତେ ଟଙ୍କା କାରବାର କରି ଓଡିଶା ଷ୍ଟାଫ୍‌ ସିଲେକ୍ସନ କମିଶନର ଚାକିରୀ ବିକ୍ରି କରୁଥିବା ପ୍ରତିବାଦରେ ଭାରତୀୟ ଜନତା ଯୁବମୋର୍ଚ୍ଚା ଫୁଲବାଣୀ ଠାରେ କନ୍ଧମାଳ ଜିଲ୍ଲାର ଯୁବମୋର୍ଚ୍ଚା ସଭାପତି ତଥା ଅନେକ ଯୁବ ଭାଇ ମାନଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ ଓ ପ୍ରତିବାଦ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ ପ୍ରଧାନ,ଯୁବମୋର୍ଚ୍ଚା ଉପ ସଭାପତି ସୁଧାଂଶୁୁ ଗୁରୁ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ବିଶ୍ୱରଞ୍ଜନ ଦାସ୍‌, ଜଗନ୍ନାଥ ସାହୁ, ଗୌତମ ପ୍ରଧାନ, ପ୍ରଦୀପ ପ୍ରଧାନ, ଲିଙ୍ଗରାଜ ଦଳବେହେରା, ନଗର ସଭାପତି ସୁଶାନ୍ତ ମହାନ୍ତି, ଅନନ୍ତ ଦିଗାଲ, ଜିଲ୍ଲା ଉପ ସଭାପତି ରମେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment