ଫୁଲବାଣୀ ପୋଲିସ ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଫୁଲବାଣୀ,୧/୧୧: ରାଷ୍ଟ୍ରୀୟ ଏକତା ଦିବସ କନ୍ଧମାଳ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ଠାରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଏସ ପି କନ୍ଧମାଳ ଭିନୀତ ଅଗ୍ରୱାଲ ସମସ୍ତ ପୋଲିସ କର୍ମଚାରୀଙ୍କୁ ମୁଁ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସତ୍ୟନିଷ୍ଠାରେ ଶପଥ ନେଉଛି କି ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷା କୁ ବଜାୟ ରଖିବା ପାଇଁ ନିଜ କୁ ସମର୍ପିତ କରିବି ଏବଂ ଆମର ଦେଶବାସୀଙ୍କ ମଧ୍ୟରେ ଏହି ବାର୍ତ୍ତା ପ୍ରଚାର କରିବା ପାଇଁ ସଂପୂର୍ଣ୍ଣ ପ୍ରୟାସ କରିବି । ମୁଁ ଏହି ଶପଥ ମୋ ଦେଶର ଏକତା ଭାବନାରୁ ନେଉଛି ଯାହାକି ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଦୂରଦର୍ଶିତା ଏବଂ କାର୍ଯ୍ୟଦ୍ୱାରା ସମ୍ଭବ ହୋଇପାରିଥିଲା । ମୁଁ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ନିଜର ଯୋଗଦାନ ଲାଗି ମଧ୍ୟ ସତ୍ୟନିଷ୍ଠା ସଙ୍କଳ୍ପ କରୁଛି ବୋଲି କହି ଉପସ୍ଥିତ ସମସ୍ତ ପୋଲିସ କର୍ମଚାରୀ ଙ୍କୁ ଶପଥପାଠ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଡିସନାଲ ଏସ ପି କନ୍ଧମାଳ ବିପିନି ବିହାରୀ ବେହେରା, ସୁରେଶ ଚନ୍ଦ୍ର ଜେନା, ଡି ଏସ ପି କୃଷ୍ଣ ପ୍ରସାଦ ପଟ୍ଟନାୟକ , ସୂର୍ଯ୍ୟକାନ୍ତ ରାଏ, ଅଭିନାଶ କେରକେଟା , ସବ ଇନିସପେକଟର ସମୀର ରାଉତ, ତିରୁପତି ଚୌଧୁରୀ, ଚନ୍ଦ୍ରମଣି ସିଂ, ସତ୍ୟଭାମା ବେହେରା, ରିଜର୍ଭ ସରଜେଣ୍ଟ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କିରାଣୀ ଷ୍ଟାଫ, ହାବିଲଦାର , କନେଷ୍ଟବଳମାନେ ଉପସ୍ଥିତ ରହି ଶପଥ ଗ୍ରହଣ କରିଥିଲେ ।

Comments (0)
Add Comment