କନ୍ଧମାଳ ଜିଲ୍ଲା ମୁଖ୍ୟ କାରାଗାରରେ ଜଣେ ସଜା କାଟୁଥିବା କଏଦୀର ମୃତ୍ୟୁ

ଫୁଲବାଣୀ,୧୩/୨:- କନ୍ଧମାଳ ଜିଲ୍ଲା ସଦର ମହକୁମା ମୁଖ୍ୟ କାରାଗାରରେ ସଜାକାଟୁଥିବା ଜଣେ କଏଦୀଙ୍କ ଦେହ ଅସୁସ୍ଥତା ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ କଏଦୀଙ୍କ ନାମ କାହ୍ନୁଚରଣ ପ୍ରଧାନ । ୧୦/୭/୧୬ ମସିହାରେ ଦାରିଙ୍ଗବାଡ଼ି ବ୍ଲକର କିରାମହାରେ ମଡ଼ର ମାମଲାରେ ଜେଲରେ ସଜା କାଟୁଥିଲା ଅଭିଯୁକ୍ତ । ପୁଣି ୧/୧୨/୨୦୧୮ ମସିହାରେ ମୁଖ୍ୟ କାରାଗାରରେ ଲକ୍ଷ୍ମଣ ନାୟକ ନାମକ ଜଣେ କଏଦୀଙ୍କୁ ମଡ଼ର କରିଥିଲା । ଗତକାଲି ଦିନବେଳା କାହ୍ନୁଚରଣ ପ୍ରଧାନଙ୍କ ଦେହ ଅସୁସ୍ଥ ହେବାରୁ ଡାକ୍ତର କାରାଗାରରେ ଚିକିତ୍ସା କରୁଥିଲେ କିନ୍ତୁ ଦେହ ଅତି ଅସୁସ୍ଥ ହେବାରୁ ସନ୍ଧ୍ୟା ସମୟରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତି ପ୍ରାୟ ୧୦ଟାରେ ମୃତ୍ୟୁବରଣ କରିଥିଲା । ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି ଏବଂ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିବା ଶୁଣିବାକୁ ମିଳିଛି ।

Comments (0)
Add Comment