ଫୁଲବାଣୀ ପ୍ରେସ କ୍ଲବ ଠାରେ ସାମ୍ବାଦିକମାନଙ୍କୁ କୋଭିଡ଼ ଟିକା ଦ୍ୱିତୀୟ ଡୋଜ ବ୍ୟବସ୍ଥା

ଫୁଲବାଣୀ ୩୧/୭: ଆଜି ସ୍ଥାନୀୟ ପ୍ରେସକ୍କବ ଠାରେ ଫୁଲବାଣୀ ସଦର ମହକୁମାର ସାମ୍ବାଦିକମାନଙ୍କୁ କୋଭିଡ଼ ଟିକା ଦ୍ୱିତୀୟ ଡୋଜ ଦିଆଯାଇଛି । ପ୍ରଥମେ ସାମ୍ବାଦିକ ଶିବ ବିଶ୍ୱାଳ, ସୂର୍ଯ୍ୟ ନାରାୟଣ ବେହେରା, ହୂରଞ୍ଜନ ସେଠି, ସଞ୍ଜୟ ପାତ୍ର, ସୁନୀଲ ବିଶ୍ୱାଳ, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ରାଧାମୋହନ ମହାପାତ୍ର, ସନ୍ତୋଷ କୁମାର ଦିଗାଲ, ରମେଶ ପ୍ରଧାନ, ଦୁଃଖିଶ୍ୟାମ ପ୍ରଧାନ, ପ୍ରଶାନ୍ତ ଜେନା, ହିମାଂଶୁ ବେହେରା, ବାଳକୃଷ୍ଣ ଚର୍ଚ୍ଚି଼ି, ପ୍ରମୁଖଙ୍କ ସମେତ ବହୁ ସାମ୍ବାଦିକ ଓ ସମ୍ପର୍କୀୟମାନେ କରୋନାର ଦ୍ୱିତୀୟ ଡୋଜ ଟୀକା ନେଇଥିଲେ । କନ୍ଧମାଳ ଜିଲ୍ଲାପାଳ ଓ ସିଡି ଏମଓଙ୍କ ଆନ୍ତରିକ ସହଯୋଗ ଓ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଟିକାକରଣ ହୋଇଥିଲା । ଫଳରେ ଜିଲା ପ୍ରଶାସନକୁ ପ୍ରେସ କ୍ଲବର ସଭାପତି ଶିବ ପ୍ରସାଦ ତ୍ରିପାଠୀ, ସଂପାଦକ ଅଜିତ ମହାରଣା ଓ ଜିଲ୍ଲାଫ୍ରଣ୍ଟ ଲାଇନ ମିଡ଼ିଆ ଏସୋସିଏସନର ସଭାପତି ସୁଜିତ ବେହେରା ଓ ସଂପାଦକ ତ୍ରିନାଥ ସାହୁଙ୍କ ସମେତ ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, ଗୋପାଳକୃଷ୍ଣ ପଟ୍ଟନାୟକ, ଫିଲି ମୋହନ ନାୟକ ପ୍ରମୁଖ ସାଧୁବାଦ ଜଣାଇଛନ୍ତି । ଏହି ଟିକାକରଣ କାର୍ଯ୍ୟକ୍ରମକୁ ପ୍ରେସକ୍ଲବର ସଭାପତି ଶିବ ପ୍ରସାଦ ତ୍ରିପାଠୀ, ସୁନୀଲ ପଟ୍ଟନାୟକ, ସୁଜିତ ବେହେରା ପ୍ରମୁଖ ଉଦଘାଟନ କରିଥିଲେ । ଫୁଲବାଣୀ ସଦର ମହକୁମା ଡାକ୍ତରଖାନାର ଅଭିଜ୍ଞ ସ୍ୱାସ୍ଥ୍ୟକର୍ମୀ ମନୀଷା ନାୟକ, ସସ୍ମିତା ସାହୁ, ବିଶ୍ୱଜିତ ବେହେରା ଓ ତନ୍ମୟ ମହାକୁଡ଼ ପ୍ରମୁଖ ଟିକାକରଣ ପରିଚାଳନା କରିଥିଲେ ।

Comments (0)
Add Comment