ଫୁଲବାଣୀ,୨୪/୯- କନ୍ଧମାଳ ଜିଲ୍ଲା ବିଜୁ ଛାତ୍ର ଜନତାଦଳ ପକ୍ଷରୁ ଜି. ଉଦୟଗିରି ଠାରେ ୮ ଟି ପଞ୍ଚାୟତ ବିଜୁ ଛାତ୍ର ଜନତା ଦଳର କର୍ମକର୍ତା ମାନଙ୍କୁ ନେଇ ବ୍ଲକସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିନିଧି ତଥା କନ୍ଧମାଳ ବିଜେଡି ସହ ପର୍ଯ୍ୟବେକ୍ଷକ କିଶୋର ମେହେର ଯୋଗ ଦେଇ ଆଗକୁ ପଂଚାୟତ ନିର୍ବାଚନ ପାଇଁ ତୃଣମୂଳ ସ୍ତରରେ କିପରି ସଂଗଠନ ସୁଦୃଢ ହେବ ଏନେଇ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତାଙ୍କ ସହିତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର ଜନତା ଦଳ ସଭାପତି ସୁନୀଲ ସେଠି ଉଦୟଗିରି ବ୍ଲକ ବିଜୁ ଛାତ୍ର ସଭାପତି ଛୋଟନ ନାୟକ, ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ରାଜ ବାଳା ସିଂ, ରାଜ୍ୟ ଯୁବ ବିଜେଡି ଯୁଗ୍ମ ସମ୍ପାଦକ ଚିନ୍ମୟ ସାହୁ, ଜିଲ୍ଲା ଛାତ୍ରନେତା ପ୍ରବୀଣ ବେହେରା, ବିଷ୍ଣୁ ବେହେରା, ଜଗନ୍ନାଥ କହଁର, ଶଶୀ ଏବଂ ଅନିରୁଦ୍ଧ ସମେତ ବ୍ଲକର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ଅବସରରେ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା ।