ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ

ଫୁଲବାଣୀ,୩୦/୫ : ଅନ୍ତର୍ଜାତୀୟ ସଂଗଠନ ସେଭ୍‌ ଦି ଚିଲ୍ଡରେନ ତରଫରୁ କ.ନୂଆଗାଁ ବ୍ଳକର ସାରଙ୍ଗଗଡ ଓ ବଣ୍ଡଗୁଡା ଠାରେ ( ଋତୁସ୍ରାବ ସ୍ୱଚ୍ଛତା ଦିବସ) ପାଳିତ ହୋଇଯାଇଛି । ପଂଚାୟତରେ ପୃଥକ ପୃଥକ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ କିଶୋରୀ ବାଳିକା , ମହିଳା ସ୍ୱାସ୍ଥ୍ୟକର୍ମୀମାନେ ଅଂଶଗ୍ରହଣ କରି କିଶୋରୀ ବାଳିକା ଓ ମହିଳାଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଋତୁସ୍ରାବ ଜନିତ ସ୍ୱଚ୍ଛତା ବିଷୟରେ ସେଭ୍‌ ଦି ଚିଲ୍ଡରେନର କର୍ମକର୍ତ୍ତାଙ୍କ ଦ୍ୱାରା ସଚେତନ କରାଯାଇଥିଲା । ସରକାରଙ୍କ ଦ୍ୱାରା ଆଶାଙ୍କ ଜରିଆରେ ମିଳୁଥିବା ଖୁସି ସାନିଟାରି ପେଡ୍‌ ମାସକୁ ଜଣକା ପିଛା ଗୋଟିଏ ଲେଖାଏଁ ଦିଆଯାଉଛି । ତେଣୁ ଏହି ଅଞ୍ଚଳର କିଶୋରୀ ବାଳିକା ମାନେ ଏକ ଅଭିନବ ପ୍ରୟାସ “ପେଡ୍‌ ବ୍ୟାଙ୍କ’ କରି ସ୍ଥାନୀୟ ଲୋକଙ୍କ ଠାରୁ ପେଡ୍‌ ସଂଗ୍ରହ କରି ଗରିବ ଶ୍ରେଣୀର କିଶୋରୀମାନଙ୍କୁ ମାଗଣାରେ ପ୍ରଦାନ କରୁଛନ୍ତି । ଏଠାରେ କିଶୋରୀମାନେ ପର୍ଯ୍ୟାପ୍ତ ପରିମାଣର ପେଡ୍‌ ପହଂଚାଇବା ପାଇଁ ସରକାରଙ୍କୁ ନିବେଦନ କରିଥିଲେ । ସ୍ୱେଚ୍ଛାସେବୀ ପ୍ରିୟତମା ନାୟକ ଓ ସରସ୍ୱତୀ ବିନ୍ଧାଣୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Comments (0)
Add Comment