ଫୁଲବାଣୀ,୨୯/୧୦- କନ୍ଧମାଳ ଜିଲ୍ଲା ଅଧିନସ୍ଥ ଖଜୁରୀପଡା ବ୍ଲକର ପିଲା ସାଲୁଙ୍କି ଡ୍ୟାମ ପର୍ଯ୍ୟଟନ ସ୍ଥଳୀ ପରିସର ମଧ୍ୟରେ ଫୁଲବାଣୀ ନେହରୁ ଯୁବ କେନ୍ଦ୍ର ଏବଂ ମା ଇଷ୍ଟ ଦେବୀ ଯୁବ କଳା ପରିଷଦ ବଳାସକୁମ୍ପାର ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପର୍ଯ୍ୟଟନ ସ୍ଥଳୀକୁ ଜିଲ୍ଲା ତଥା ରାଜ୍ୟ ବାହାରରୁ ପର୍ଯ୍ୟଟକମାନେ ବୁଲିବାକୁ ଆସି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ଭୋଜିଭାତ କରି ପରିବେଶକୁ ଦୂଷିତ କରିଥାନ୍ତି । ଏହି ପର୍ଯ୍ୟଟନ ସ୍ଥଳୀକୁ ସ୍ୱଛ ଓ ସୁନ୍ଦର ରଖିବା ପାଇଁ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜିଲ୍ଲା ଯୁବ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସହକର୍ମୀ ସତ୍ୟବାନ ଦଳବେହେରାଙ୍କ ନେତୃତ୍ୱରେ ସ୍ୱେଛାସେବୀ ମାନଙ୍କ ମଧ୍ୟ ରେ ସୋନାଲି ଡିଗାଲ , ରୀତିମା ବାଘ , ମେଘାରା ଣୀ ମହାପାତ୍ର, ଚନ୍ଦ୍ରମଣୀ ଦେହୁରୀ, ସିବେନ୍ଦ୍ର ଡିଗାଲ ଓ କମଳ ଲୋଚନ ଦେହୁରୀ, ମିନି କହଁର ମା ଇଷ୍ଟ ଦେବୀ ଯୁବ କଳାପରିଷଦର ସମ୍ପାଦକ ବିଦୁର ବେହେରା ଓ ଯୁବକ ସଂଘର ସଭ୍ୟମାନେ ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ପଡ଼ିଥିବା ଅଳିଆ ଆବର୍ଜନା ଯଥା ଜରି, ସୋଲପ୍ଲେଟ କାଚ ବୋତଲ ଇତ୍ୟାଦିକୁ ସଫା କରି ପରିଷ୍କାର ପରିଚ୍ଛନ୍ନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନ ମଧ୍ୟ ଜାରିରହିବ ବୋଲି ନେହରୁ ଯୁବକେନ୍ଦ୍ର ଫୁଲବାଣୀର ଜିଲ୍ଲା ଯୁବ ଅଧିକାରୀ ନଭିନୀତ କୁମାର ଅବଗତ କରିଥିଲେ ।