ଫୁଲବାଣୀ,୫/୧୧:- କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଫୁଲବାଣୀ ଠାରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆକୁ ସମ୍ବଲପୁର ଜୋନର ମୁଖ୍ୟ ଶାଖା ପରିଚାଳକ ସୁକେଶ କୁମାର ଓଝା ଫୁଲବାଣୀ ଶାଖା ପରିଦର୍ଶନ କରିଥିଲେ । ଏହି ବ୍ୟାଙ୍କରେ ଜଡିତ ସମସ୍ତ ଗ୍ରାହକ ମାନଙ୍କ ସମସ୍ତ ସୁବିଧା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ଓ ବ୍ୟାଙ୍କର ରହିଥିବା ସମସ୍ତ ସ୍କିମ ବିଷୟରେ ଅବଗତ କରାଇଥିଲେ । କିପରି ସହଜ ଉପାୟରେ ଋଣ ନେଇପାରିବେ ସେ ସମ୍ବନ୍ଧରେ ଗ୍ରାହକଙ୍କୁ ବୁଝାଇଥିଲେ । ବିଶେଷକରି ଏହି ବ୍ୟାଙ୍କରେ ଜଡିତ ଥିବା ଏସ୍ଏଚ୍ଜି ଗ୍ରୁପ ମହିଳାମାନେ ଋଣ ନେଇ ନିଜେ ଆତ୍ମ ନିର୍ଭରଶୀଳ ହୋଇପାରିବେ ବୋଲି ମଧ୍ୟ କହିଥିଲେ । ଏହି ବ୍ୟାଙ୍କରେ ଗ୍ରାହକଙ୍କ ସୁବିଧା ନିମନ୍ତେ ସିଟିଏସ୍ ମେସିନ୍ ଏଞ୍ଜାଇମ ସହ ଏଟିଏମ୍ର ବ୍ୟବସ୍ଥା କରି ଏହାର ଶୁଭ ଉଦ୍ଘାଟନ କରିବାସହ ଆଗାମୀ ଦିନରେ ଏୟାର କଣ୍ଡିସନର୍ ଲଗାଇବା ପାଇଁ କହିଥିଲେ । ଏହି ଅବସରରେ ଏସ୍ଏଚ୍ଜି ଗ୍ରୁପ୍ ମହିଳା, ଗ୍ରାହକ, ବ୍ୟାଙ୍କ ମେନେଜର ମଧୁସ୍ମିତା ଭୋଇ ଓ ବ୍ୟାଙ୍କର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।