ଫୁଲବାଣୀ,୧୭/୭-କରୋନା ମହାମାରୀ ସମୟରେ ସର୍ବସାଧାରଣ ଖଟିଖିଆ ଦିନ ମଜୁରିଆଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ବେଳେ ଅନ୍ୟପଟେ ଘନଘନ ବିଦ୍ୟୁତ କାଟ ସାଙ୍ଗକୁ ବିଜୁଳି ଦରର ଅହେତୁକ ବୃଦ୍ଧି ଜନ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି । ଏ ନେଇ ଆଜି କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ତରଫରୁ ବିଜୁଳି ଦରବୃଦ୍ଧି ଏବଂ ବାରମ୍ବାର ବିଜୁଳି କାଟ ବିରୁଦ୍ଧରେ ଓ ଦରବୃଦ୍ଧି ପ୍ରତ୍ୟାହୃତ ଦାବୀରେ, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଭାରତୀୟ ଜନତା ପାର୍ଟି ଏକ ଦାବୀପତ୍ର ବିଦ୍ୟୁତ ବିଭାଗୀୟ ଜେଇଙ୍କ ଅନୁପସ୍ଥିତିରେ କାର୍ଯ୍ୟାଳୟର କର୍ମଚାରୀଙ୍କୁ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଫିରିଙ୍ଗିଆ ମଣ୍ଡଳ ସଭାପତି ଗଣେଶ ସାହୁ ଓ ନୂଆଁପଦର ମଣ୍ଡଳ ସଭାପତି ଗୋପିନାଥ କହଁରଙ୍କ ନେତୃତ୍ୱରେ ଦାବୀପତ୍ର ଦିଆଯାଇଥିବାବେଳେ ଜିଲ୍ଲା ସାଧାରଣ ସଂପାଦକ ଲିଙ୍ଗରାଜ ଦଳବେହେରା, ଜିଲ୍ଲା ଉପ ସଭାପତି ରମେଶ ଚନ୍ଦ୍ର ମହାନ୍ତି (ବନ ଭାଇ), ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ଗୋଲକ କହଁର ଓ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ବିଶ୍ୱରଂଜନ ଦାସ,ବନମାଳୀ କହଁର ଓ ଅନେକ ସ୍ଥାନୀୟ ନେତା ପ୍ରମୁଖ ଯୋଗ ଦେଇଥିଲେ ।