ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ମହାନତା

ଫୁଲବାଣୀ,୮/୫ – କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକରେ ତିଳୋତ୍ତମା ମିଶ୍ରଙ୍କ ଘର । ସ୍ଵାମୀ ବିଜାୱାଡ଼ାରେ କାମ କରନ୍ତି ଏହି ମହିଳାଙ୍କ ଦୁଇଟି ପୁଅ ଗୋଟଏ ପୁଅକୁ ୫ବର୍ଷ ଆଉ ଅନ୍ୟ ପୁଅକୁ ୮ମାସ ।୮ମାସର ଛୁଆକୁ ଜ୍ଵର ହେବାରୁ ପ୍ରଥମେ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ତୁମୁଡିବନ୍ଧକୁ ଚିକିତ୍ସା ନିମନ୍ତେ ନେଇଥିଲେ । ସେଠାକାର ଡାକ୍ତର ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରିବା ପାଇଁ ପରାମର୍ଶ ଦେଇଥିଲେ। ବାଲିଗୁଡ଼ା ଡାକ୍ତରଖାନା ରେ ଡାକ୍ତର ଦେଖିବାପରେ କିଛି ଔଷଧ ଲେଖିଥିଲେ । କିନ୍ତୁ ମହିଳାଙ୍କ ପାଖରେ ଟଙ୍କାର ଅଭାବ ହେତୁ ଔଷଧ କିଣିନପାରି ଆହାର କେନ୍ଦ୍ର ସମ୍ମୁଖରେ ବସିରହିଥିଲେ । ସେହି ସମୟରେ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମନୋଜ୍ କୁମାର ପୁଜାହାରି ସଟ୍ଡାଉନ୍ ଯୋଗୁଁ ପେଟ୍ରୋଲିଙ୍ଗ କରୁଥିବା ସମୟରେ ମହିଳା ଜଣକ କଣ ପାଇଁ ଏଠି ବସିଛନ୍ତି ପଚାରି ବୁଝିଥିଲେ । ସମସ୍ତ ବିଷୟ ମହିଳା ଜଣକ କହିବା ପରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସଙ୍ଗେ ସଙ୍ଗେ ୮ମାସର ପୁଅ ପାଇଁ ଔଷଧ, ଖାଇବା ସାମଗ୍ରୀ, କିଛି ଆର୍ଥିକ ସାହାଯ୍ୟ କରିବା ସହ ତାଙ୍କର ଘରକୁ ଯିବା ପାଇଁ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ । ଏଥିରେ ବାଲିଗୁଡ଼ା ଥାନା ଏସ ଆଈ ରବିନ୍ଦ୍ର ମୁଣ୍ଡାରୀ ଓ ତାଙ୍କର ଏକ ଟିମ ସହଯୋଗ କରିଥିଲେ। ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ସମୟପଯୋଗୀ ପଦକ୍ଷେପ ପାଇଁ ଅଞ୍ଚଳର ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିବା ସହ ତାଙ୍କର ମଙ୍ଗଳ କାମନା କରିଛନ୍ତି।

Comments (0)
Add Comment