ପିଏମ୍‌ ମୋଦିଙ୍କୁ ମିଳିବ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ

ନୂଆଦିଲ୍ଲୀ : ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ “ନଗାଦା ପେଲ ଗି ଖୋରଲୋ’ ସମ୍ମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନିତ କରିବାକୁ ଭୁଟାନ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ସଂପର୍କରେ ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ଷ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିନା ସର୍ତ୍ତରେ ଭୁଟାନ ସହ ସଂପର୍କ ବଢାଇଛନ୍ତି । ସେହିପରି କରୋନା କାଳରେ ପିଏମ୍‌ ମୋଦି ଭୁଟାନକୁ ସବୁ କ୍ଷେତ୍ରରେ ସାହାଯ୍ୟର ହାତ ବଢାଇଛନ୍ତି । ଶେରଙ୍ଗ ପିଏମ୍‌ ମୋଦିଙ୍କୁ ଜଣେ ଆଧ୍ୟାତ୍ମିକ ବ୍ୟକ୍ତି ଭାବେ ଦେଖନ୍ତି ।

Bhutan Prime Minister Lotay Tsheringpm modipm modi in bhutanPM Modi will receive Bhutan's highest civilian honourପିଏମ୍‌ ମୋଦିଙ୍କୁ ମିଳିବ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ
Comments (0)
Add Comment