ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆଉ ଆଠ ମାସ ବୃଦ୍ଧି ପାଇଁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଚଳିତ ମାସରେ ଶେଷ ହେଉଥିବା ଏହି ଯୋଜନାକୁ ମହାମାରୀ କରୋନାର ଭୟାବହତା କମି ନଥିବାରୁ ଆଉ ୮ ମାସ ବଢାଗଲେ ଗରିବମାନେ ଉପକୃତ ହେବେ । ସେ ଲେଖିଛନ୍ତି ଦେଶର ପର୍ଯ୍ୟାପ୍ତ ଖାଦ୍ୟ ଶସ୍ୟ ମହଜୁଦ ଅଛି । ଚଳିତ ନଭେମ୍ବର ୫ ତାରିଖ ସୁଦ୍ଧା ଏ ଯୋଜନାରେ ହିତାଧିକାରୀମାନେ ୭ ମାସର ରାସନ ମାଗଣା ପାଇଛନ୍ତି । ଏଣୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଏହା ବୃଦ୍ଧି କରାଗଲେ ଗରିବ ଲୋକେ ଉପକୃତ ହେବେ । ଲୋକଙ୍କ ଅବସ୍ଥାରେ ସୁଧାର ଆସିବା ଯାଏ ଏହା ଚାଲୁ ରଖିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।