ସମ୍ବଲପୁର:ଆଜି ଜଣେ ପ୍ରବାସୀ ମହିଳା ଶ୍ରମିକ ପୁଲିସ ଭ୍ୟାନରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ଓଡିଶାକୁ ଆସୁଥିବା ଏକ ଶ୍ରମିକ ସ୍ପେଶାଲ ଟ୍ରେନରେ ଜଣେ ଆସନ୍ନ ପ୍ରସବା ମହିଳାଙ୍କ ପ୍ରସବ ବେଦନା ଅଧିକ ହେବାରୁ ତାଙ୍କୁ ଏକ ପୁଲିସ ଭ୍ୟାନରେ ଝାରସୁଗୁଡା ଜିଲ୍ଲା ସଦର ହସ୍ପିଟାଲକୁ ନିଆଗଲା । କିନ୍ତୁ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ସେ ଭ୍ୟାନରେ ଏକ ଶିଶୁକୁ ଜନ୍ନ ଦେଇଥିଲେ । ଘଟଣାସ୍ଥଳରେ ଉପସ୍ଥିତ ମହିଳା ଇନିସପେକ୍ଟର ଇନଚାର୍ଡ ସାବିତ୍ରୀ ବଳ ଏଥିପାଇଁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇଥିଲେ । ଏହି ଘଟଣାକୁ ଗୁରୁତର ସହିତ ନେଇ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଟ୍ୱିଟକରି ଜଣାଇଥିଲେ । ସେ ଏହା ମଧ୍ୟ ଜଣାଇଥିଲେ ଯେ ଉଭୟ ମା ଓ ଶିଶୁ ଝାରସୁଗୁଡା ହସ୍ପିଟାଲରେ ସୁସ୍ଥ ଅଛନ୍ତି ।