ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ

ଭୁବନେଶ୍ୱର: ପ୍ରଥମ ପାରା ବ୍ୟାଡମିଣ୍ଟନ ଖେଳାଳି ଭାବେ ପ୍ରମୋଦ ଭଗତଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ । ଗତବର୍ଷ ପ୍ରଥମ ଭାରତୀୟ ଭାବେ ପାରା ଅଲମ୍ପିକ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଜିତି ସେ ଚର୍ଚ୍ଚାକୁ ଆସିଥିଲେ । ୨୦୨୧ ଅକ୍ଟୋବରରେ ପ୍ରମୋଦଙ୍କୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ମିଳିଥିଲା । ଏବେ ପ୍ରଥମ ପାରା ବ୍ୟାଡମିଣ୍ଟନ ଆଥଲେଟ୍‌ ଭାବେ ସେ ପଦ୍ମଶ୍ରୀ ସମ୍ମାନ ପାଇବାକୁ ଯାଉଛନ୍ତି । ସେ ବର୍ତ୍ତମାନ ସ୍ପେନରେ ତାଲିମ ନେଉଛନ୍ତି । ପଦ୍ମଶ୍ରୀ ସମ୍ମାନ ମିଳିବା ଖବର ପାଇବା ପରେ ସେ ଖୁସିବ୍ୟକ୍ତ କରିଛନ୍ତି । ଏହି ସମ୍ମାନ ତାଙ୍କୁ ଆଗକୁ ଆହୁରି ଭଲ ଖେଳିବା ଲାଗି ପ୍ରୋତ୍ସାହନ ଦେବ ବୋଲି ସେ କହିଛନ୍ତି । ଏସିଆନ୍‌ ଗେମ୍ସ ଓ ବିଶ୍ୱ ଚାମ୍ପିଅନସିପରେ ସେ ଭଲ ପ୍ରଦର୍ଶନ କରିବେ କହିଛନ୍ତି । ଚଳିତ ବର୍ଷ ସେ ପ୍ରାୟ ୧୪ଟି ଟୁର୍ଣ୍ଣାମେଟଣ୍ଟ ଖେଳିବେ । ଏବର୍ଷ ଏସିଆନ୍‌ ଗେମ୍ସ ଓ ବିଶ୍ୱ ଚାମ୍ପିଅନସିପ୍‌ ଖେଳାଯିବାକୁ ଥିବାବେଳେ ୨୦୨୪ ପାରା ଅଲମ୍ପିକ୍‌ ଲାଗି ସେ ନିଜକୁ ପ୍ରସ୍ତୁତ କରୁଛନ୍ତି ।

Comments (0)
Add Comment