ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ମାରାଥନ ପ୍ରଚାର

ରେଢାଖୋଲ : ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ପ୍ରଚାର ମୈଦାନ ସେତିକି ସରଗରମ ହେଉଛି । ଏହି କ୍ରମରେ ସମ୍ବଲପୁର ଲୋକସଭା ଆସନ ଅଧିନ ଚର୍ଚ୍ଚିତ ରେଢାଖୋଲ ବିଧାନସଭା ଆସନକୁ ହାତେଇବା ପାଇଁ ତିନି ପ୍ରମୁଖ ଦଳଙ୍କ ପକ୍ଷରୁ ଜୋରଦାର ପ୍ରଚାର ଚାଲିଥିବା ବେଳେ ଏଥିରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଆଗରେ ଥିବା ଜଣାପଡିଛି । ଆଜି ଏହି ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଲୁହାପଙ୍କ ଗ୍ରାମ ପଂଚାୟତର ବିଭିନ୍ନ ଗ୍ରାମରେ ଦଳୀୟ କର୍ମୀ ମାନଙ୍କ ସହିତ ପ୍ରଚାର କରିଥିଲେ ପ୍ରସନ୍ନ ଆଚାର୍ଯ୍ୟ ।

ଏହି ଅବସରରେ ତାଙ୍କୁ ବହୁ ପୁରୁଷ ଓ ମହିଳା ସ୍ୱାଗତ କରିଥିବା ଜଣାପଡିଛି । ସେହିପରି ଲୁହାପଙ୍କ, ବୁଢୀପାଣି, ବୈଷ୍ଣବଝୁଲି ଆଦି ଅନେକ ଗ୍ରାମରେ ସଭା କରି ବିଜେଡି ଶାସନ ଏବଂ ନବୀନ ସରକାରଙ୍କ ଓଡିଶା ବିକାଶ ଉପରେ ଆସ୍ଥା ରଖି ପୁଣିଥରେ ବିଜେଡିକୁ ଭୋଟ ଦେବାକୁ କହିଥିଲେ । ସେହିପରି ବିଜେଡିର ରେଢ଼ାଖୋଲ ବ୍ଲକର ଲୁହାପଙ୍କ, କୁଟାସିଙ୍ଗା, ବେତଗଡ଼, ମହାଳିଙ୍ଗ,ମଉଳାଭଣଜା, ଚରବାଟୀ, ହେମାମୁରା, ଶିଶୁପର୍ଣ୍ଣ,ଖଜୁରୀଝରଣ,ଝୀଂକିଦାଦର, କୁକୁଡ଼ାବହାଳି, ନୂଆପଡା, କଷିବାହାଲ, ବଡବହାଲ ଗ୍ରାମରେ ମଧ୍ୟ ପ୍ରସନ୍ନ ଆଚାର୍ଯ୍ୟ ପ୍ରଚାର କରିବା ସହ ନିର୍ବାଚନୀ ସଭାରେ ଯୋଗ ଦେଇ ବିଜେଡି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ମୂଳକ ଯୋଜନା ସଂପର୍କରେ ଲୋକଙ୍କୁ ବୁଝାଇଥିଲେ ।

ଏହି ପ୍ରଚାରରେ ଅନ୍ୟ ମାନଙ୍କ ମଧ୍ୟରେ ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ରାଜୀବ ପ୍ରଧାନ, ସ୍ୱାମୀ ଶଙ୍କରନନ୍ଦ ଗିରି ମହାରାଜ, ଅଶ୍ୱିନୀ ପ୍ରଧାନ, ଦକ୍ଷ ବେହେରା, ଦିଲୀପ ପ୍ରଧାନ, ଶମ୍ଭୁ ପ୍ରଧାନ ଏବଂ ବହୁ ବିଜେଡି ନେତା ସାମିଲ ହୋଇଥିଲେ ।

Comments (0)
Add Comment