ଭାରତୀୟ ଜନତା ଯୁବମୋର୍ଚ୍ଚାର ପ୍ରସ୍ତୁତି ବୈଠକ

ଫୁଲବାଣୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଗାମୀ ୨୬ ତାରିଖରେ ହେବାକୁ ଥିବା କାରଗିଲ ଦିବସ ପାଳନ କରିବାକୁ ଏକ ପ୍ରସ୍ତୁତି ବୈଠକ କନ୍ଧମାଳ ଭାରତୀୟ ଜନତା ଯୁବମୋର୍ଚ୍ଚାର ସଭାପତି ମୁକ୍ତିକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l କିଭଳି ଭାବେ ଦୁଇହଜାରରୁ ଅଧିକ ଯୁବକ ଯୋଗ ଦେବେ ସେ ବିଷୟରେ ଆଲୋଚନା ହେଇଥିଲା ଓ ଏକ ମଶାଲ ଶୋଭାଯାତ୍ରା କରିବାକୁ କରିବାକୁ ସ୍ଥିର କରାଯାଇଥିଲା l ଏହି ବୈଠକ ରେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତଥା କନ୍ଧମାଳ ଯୁବମୋର୍ଚ୍ଚା ପ୍ରଭାରୀ ତୁତୁନ ପାତ୍ର ଯୋଗ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ରଘୁପତି କହଁର, ରାଇକିଶୋର ପ୍ରଧାନ, ଗୋଲକ ମଲିକ, ଭିକି ପ୍ରଧାନ, ରତନ ଚୌଧୁରୀ, ମିଲୁ ବେହେରା, ଉପସ୍ଥିତ ଥିଲେ l

Comments (0)
Add Comment