ପୁରୀ ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି

ପୁରୀ:ଦୁଇଦିନିଆ ପୁରୀ ଗସ୍ତ ସାରି ଫେରିଲେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।ସ୍ୱତନ୍ତ୍ର ବିମାନ ଯୋଗେ ସପରିବାର ପ୍ରତ୍ୟାବର୍ତ୍ତନ କରିଛନ୍ତି ।ଶ୍ରୀକ୍ଷେତ୍ରରେ ଦୁଇଦିନର ରହଣି ଭିତରେ ଶ୍ରୀଜୀଉଙ୍କ ଦର୍ଶନ ସହ ବିଶ୍ୱ ବୈଷ୍ଣବ ସମ୍ମିଳନୀରେ ଯୋଗ ଦେଇଥିଲେ ମହାମହିମ ରାଷ୍ଟ୍ରପତି। ସେପଟେ ରାଷ୍ଟ୍ରପତିଙ୍କ ପ୍ରତ୍ୟାବର୍ତ୍ତନ ସମୟରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। କ୍ୟାରକେଡ୍ ରୁ ଓହ୍ଲାଇ ସର୍ବସାଧାରଣଙ୍କୁ ହାତ ହଲାଇ ପ୍ରଣାମ ଓ ଅଭିବାଦନ ଜଣାଇଥିଲେ ମହାମହୀମ ରାଷ୍ଟ୍ରପତି।
ଦୁଇଦିନିଆ ପୁରୀ ଗସ୍ତରେ ଆସି ଫେରିଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।ଗତକାଲି ଅପରାହ୍ନ 3.12 ରେ ପୁରୀ ପହଁଚି ରାଜଭବନରେ ବିଶ୍ରାମ କରି ପରେ ସନ୍ଧ୍ୟା 5 ଟାରୁ 6 ଟା ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।ଶ୍ରୀମନ୍ଦିରରୁ ଦର୍ଶନ ସାରି ନିଜ କୌଳିକ ପଣ୍ଡାଙ୍କ ସହ ଆଲୋଚନା ବେଳେ ତାଙ୍କ ଗସ୍ତ ଯୋଗୁ ସୁରକ୍ଷା ଦୃଷ୍ଟିରୁ କୋଣରୁ ପୁରୀବାସୀ ଏବଂ ବ୍ୟବସାୟୀ ମାନଙ୍କୁ ହୋଇଥିବା ଅସୁବିଧାକୁ ନେଇ କ୍ଷମା ଯାଚନା କରି ବୃହତ ହୃଦୟର ପରିଚୟ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସପରିବାର ଦର୍ଶନ କରିବା ପରେ ରାଜଭବନରେ ରାତ୍ରିଯାପନ କରିଥିଲେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।40 ପ୍ଲାଟୁନ ଫୋର୍ସ ଓ 200 ଅଧିକାରୀଙ୍କ ଉପସ୍ଥିତିରେ ବ୍ଲୁ ବୁକ ସୁରକ୍ଷା ପ୍ରୋଟୋକଲ ମଧ୍ୟରେ ପୁରୀ ଗସ୍ତ ଶେଷ କରିଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ରାଷ୍ଟ୍ରପତିଙ୍କୁ ଦୁଇ ଦିନ କାଳ ସ୍ୱାଗତ ସମ୍ବର୍ଦ୍ଧନା ଓ ଆତିଥେୟତା ଦେବା ସହ ଶେଷରେ ବିଦାୟ ଜଣାଇଛନ୍ତି । ଶରଧାବାଲିରେ କାର୍ଯ୍ୟକ୍ରମ ସାରି ରାଜଭବନ ପ୍ରତ୍ୟାବର୍ତ୍ତନ ବେଳେ ଉପସ୍ଥିତ ଜନତାଙ୍କୁ ଗାଡିରୁ ଓଲ୍ହାଇ ଅଭିବାଦନ ଜଣାଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।ପରେ ଆଜି ରାଜଭବନରୁ ପୁରୀର ତାଳବଣିଆ ହେଲିପ୍ୟାଡ଼ ଯାଇ ସେଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ଅପରାହ୍ନରେ ପ୍ରତ୍ୟାବର୍ତନ କରିଛନ୍ତି ମହାମହିମ ।

ଗତକାଲି ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିବା ପରେ ଆଜି
ହରେକୃଷ୍ଣ’ ମହାମନ୍ତ୍ର ଆନ୍ଦୋଳନର ଅନ୍ୟତମ ଅଗ୍ରଣୀ ସନ୍ଥ ଭକ୍ତିସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ଆବିର୍ଭାବର ବର୍ଷପୂର୍ତ୍ତି ଉପଲକ୍ଷେ ଗୌଡିୟ ମଠର କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଭୁପାଦଙ୍କୁ ଆରତି କରିଥିଲେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୂର୍ବାହ୍ଣ ୧୦ଟା ୩୫ରେ ସପରିବାର ଶ୍ରୀଚୈତନ୍ୟ ଗୌଡୀୟ ମଠରେ ପହଞ୍ଚିଥିଲେ ମହାମହୀମ ରାଷ୍ଟ୍ରପତି। ସେଠାରେ ଥିବା ଚତୁର୍ଦ୍ଧା ମୂର୍ତ୍ତି, ରାଧାକୃଷ୍ଣ ଓ ଶ୍ରୀଚୈତନ୍ୟଙ୍କୁ ଦର୍ଶନ କରି ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ପ୍ରଦୀପ ଜାଳିଥିଲେ ରାଷ୍ଟ୍ରପତି।ପରେ ଦିନ 11 ଟାରେ ଶରଧାବାଲିରେ ବିଶ୍ୱ ବୈଷ୍ଣବ ସମ୍ମିଳନୀରେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ ମହାମହିମ ରାଷ୍ଟ୍ରପତି । ପରେ ବିଶ୍ବ ବୈଷ୍ଣବ ସମ୍ମିଳନୀକୁ ରାଷ୍ଟ୍ରପତି ଉଦ୍‌ବୋଧନ ମଧ୍ୟ ଦେଇଥିଲେ। ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମହାମହିମ
ରାଷ୍ଟ୍ରପତିଙ୍କ ପତ୍ନୀ ସବିତା କୋବିନ୍ଦ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଉପସ୍ଥିତ ଥିଲେ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ସ୍ମରଣିକା ମଧ୍ୟ ଉନ୍ମୋଚନ କରିଥିଲେ । ସେପଟେ ଆଜି ରବିବାର ଶ୍ରୀମନ୍ଦିର ବନ୍ଦ ହେତୁ ପତିତପାବନଙ୍କ ଦର୍ଶନ କରି ସାନିଧ୍ୟ ନେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।ରାଷ୍ଟ୍ରପତି କାର୍ଯ୍ୟକ୍ରମର root chat ରେ ବ୍ୟାରିକେଡିଂ ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।ବଡଦାଣ୍ଡ ର ଉଭୟ ପାର୍ଶ୍ବର ସମସ୍ତ ଦୋକାନକୁ ମଧ୍ୟ ବନ୍ଦ ରଖାଯାଇଥିଲା ।ଶ୍ରୀକ୍ଷେତ୍ରବାସୀଙ୍କ ମଧ୍ୟରେ ମଧ୍ୟ ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ଉତ୍ସାହ ଦେଖିବାକୁ ମିଳିଥିଲା ।ଏହି ଗସ୍ତ ପୂର୍ବରୁ ରାଷ୍ଟ୍ରପତି ଦାୟିତ୍ୱ ନେବା ପୂର୍ବରୁ ଥରେ ଏବଂ ରାଷ୍ଟ୍ରପତି ଦାୟୀତ୍ୱ ଗ୍ରହଣ କରିବା ପରେ ଥରେ ଆସିଥିଲେ ମହାମହିମ ରାଷ୍ଟ୍ରପତି ।

Comments (0)
Add Comment