ପ୍ରୋ ଦୀପକ ବେହେରାଙ୍କୁ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ କୁଳପତି ନିୟୁକ୍ତ

ବର୍ତ୍ତମାନ ପଦ ସହିତ ଏହା ତାଙ୍କର ଅତିରିକ୍ତ ଦାୟିତ୍ୱ

ସମ୍ବଲପୁର, ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରୋ ଦୀପକ କୁମାର ବେହେରାଙ୍କୁ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିୟୁକ୍ତ କରାଯାଇଛି । ଗତକାଲି ଓଡିଶା ରାଜ୍ଯପାଳ ଓ ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକର ରକୁଳାଧିପତି ଭାବେ ପ୍ରୋ ଗଣେଶୀଲାଲ ଙ୍କ କାର୍ଯ୍ଯାଲୟରୁ ଏହି ମର୍ମରେ ନିୟୁକ୍ତିପତ୍ର ଜାରି କରାଯାଇଛି । ବର୍ତ୍ତମାନ ପଦ ସହିତ ଅତିରିକ୍ତ ଦାୟିତ୍ୱ ଭାବେ ଏହି ନୂତନ ପଦ ସେ ଆସନ୍ତାକାଲି ସୋମବାର ଦିନ ଗ୍ରହଣ କରିବେ । ଏକାଧାରରେ ଜଣେ ବିଶିଷ୍ଟ ଶିକ୍ଷାବିତ, ଜଣେ କ୍ରୀଡାବିତ ଓ ଉଚ୍ଚ ଶିକ୍ଷା ପ୍ରଶାସକ ଭାବରେ ତାଙ୍କର ଯଥେଷ୍ଟ ସୁନାମ ରହିଛି । ଏହା ପୂର୍ବରୁ ସେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପଦ ସଫଳତାର ସହିତ ନିର୍ବାହ କରିଆସିଛନ୍ତି ଓ ବର୍ତ୍ତମାନ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ ସମ୍ବଲପୁର ବିଶ୍ବବିଦ୍ୟାଳୟ ର କୁଳପତି ନିୟୁକ୍ତ ରହିଛନ୍ତି । ତିନୋଟି ବିଶ୍ବବିଦ୍ୟାଳୟ ରେ କୁଳପତି ଭାବରେ ଦାୟିତ୍ୱ ସମ୍ଭାଳିବା ଉଚ୍ଚଶିକ୍ଷା ବିଭାଗ ରେ ଏକ ବିରଳ କୃତିତ୍ବ ଓ ଏପରି ଊପଲବ୍ଧୀ ହାସଲ କରିବାରେ ସେ ହେଉଛନ୍ତି ପଶ୍ଚିମ ଓଡିଶା ର ପ୍ରଥମ ଶିକ୍ଷାବିତ ।

Comments (0)
Add Comment