ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ରତ୍ନର ଗଣତି ଏବଂ ରତ୍ନ ଭଣ୍ଡାରର ମରାମତି ଦାବି ନେଇ ବିକ୍ଷୋଭ

ପୁରୀ : ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ରତ୍ନର ଗଣତି ଏବଂ ରତ୍ନ ଭଣ୍ଡାରର ମରାମତି ଦାବି ନେଇ ବିକ୍ଷୋଭ। ପୁରୀ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଆଜି ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏ ନେଇ ବିକ୍ଷୋଭ କରାଯାଇଛି। ସଂଗଠନ ଅଭିଯୋଗ କରିଛି ରତ୍ନ ଭଣ୍ଡାର ସୁରକ୍ଷା ଦିଗରେ ରାଜ୍ୟ ସରକାର ଯେଉଁ ଅବହେଳା କରୁଛନ୍ତି ତାହା କୋଟି କୋଟି ଜଗନ୍ନାଥ ପ୍ରେମୀ ଙ୍କୁ ଆଘାତ ଦେଇଛି। ସରକାର ଯେଭଳି ରତ୍ନ ଭଣ୍ଡାର ଖୋଲିବାକୁ ନେଇ ଯେଭଳି ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ସାଧାରଣରେ ପ୍ରଶ୍ନ ଉଠି ଲାଣି ରତ୍ନ ଭଣ୍ଡାରରେ ରତ୍ନ ଅଛି ନା ଏହାକୁ କେହି ନେଇଯାଇଛନ୍ତି। ଏଭଳି ପ୍ରଶ୍ନ ଏବେ ପ୍ରତେକ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଆସୁଥିବା ବେଳେ ସରକାର ଯେଭଳି ଚୁପ ବସିଛନ୍ତି ତାହାକୁ ଛାତ୍ର କଂଗ୍ରେସ ଜମା ବି ବରଦାସ୍ତ କରିବନି। ତୁରନ୍ତ ସରକାର ରତ୍ନ ଭଣ୍ଡାର ଖୋଲିବା ନିଷ୍ପତି ନନେଲେ ଛାତ୍ର କଂଗ୍ରେସ ପୁରୀ ବନ୍ଦ ଡାକରା ଦେବା ସହ ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦେଇଛି। ଏହି ପ୍ରସଙ୍ଗରେ ପୁରୀ ଯୁବ କଂଗ୍ରେସ ପକ୍ଷରୁ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ପୁରୀ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି।

Comments (0)
Add Comment