ଖଣ୍ଡବନ୍ଧ ଲୌହ ଖଣିର ସମ୍ପ୍ରସାରଣ ନିମନ୍ତେ ଜନଶୁଣାଣି , ସପକ୍ଷରେ ମତ ଦେଲେ ପ୍ରଭାବିତ ଅଞ୍ଚଳବାସୀ

କେନ୍ଦୁଝର : କେନ୍ଦୁଝର ଜିଲା ବଡବିଲ ତହସିଲ ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମ ନିକଟ ବୈତରଣୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ମେସର୍ସ ଶ୍ରୀମେଟାଲିକ୍ସଙ୍କ ଖଣ୍ଡବନ୍ଧ ଲୌହ ଖଣିର ସମ୍ପ୍ରସାରଣ ନିମନ୍ତେ ଜନଶୁଣାଣି ଶେଷ ହୋଇଛି । ଦଲପାହାଡ ଗ୍ରାମଠାରେ ଅନୁଷ୍ଠିତ ଏହି ଜନଶୁଣାଣିରେ ନିକଟସ୍ଥ ଗ୍ରାମର ଶତାଧିକ ମହିଳା, ପୁରଷ ଯୋଗଦେଇ ପରିବେଶ ସମ୍ବନ୍ଧୀୟ ମତାମତ ଉପସ୍ଥାପନ କରିବା ସହ ପ୍ରକଳ୍ପ ସପକ୍ଷରେ ମତ ରଖିଥିଲେ ।

୩୫. ୭୭୪ ହେକ୍ଟର ପରିମିତ ଏହି ଖଣିଟିରେ ଲୌହ ପଥର ବାର୍ଷିକ ଉତ୍ପାଦନ କ୍ଷମତା ୦.୭୦୨ ନିୟୁତ ମେଟ୍ରିକ ଟନରୁ ୧.୫୦ ନିୟୁତ ମେଟ୍ରିକ ଟନ୍‌କୁ ବୃଦ୍ଧି ଓ କ୍ରସିଂ ଏବଂ ସ୍କ୍ରିନିଙ୍ଗ କାରଖାନା ପ୍ରତିଷ୍ଠା ନିମନ୍ତେ ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ କର୍ତ୍ତୃପକ୍ଷ ଓଡ଼ିଶା ଓ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଣାୟଙ୍କ ଦ୍ୱାରା ପରିବେଶୀୟ ମଞ୍ଜୁରୀ ନିମନ୍ତେ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା ।

ଏଥି ଯୋଗୁଁ ପ୍ରଭାବିତ ହେବାକୁଥିବା ବାସିନ୍ଦାମାନେ, କର୍ମ ନିଯୁକ୍ତିରେ ସ୍ଥାନୀୟ ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କୁ ଅଗ୍ରାଧିକାର, ପାରିପାର୍ଶ୍ୱିକ ଉନ୍ନତି ଏବଂ ବନୀକରଣ ନିମନ୍ତେ ଦାବି ଉପସ୍ଥାପନ କରିଥିଲେ । ଲୋକଙ୍କ ଦାବିଗୁଡିକୁ ଯଥାସମ୍ଭବ ପୂରଣ କରିବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ । କେନ୍ଦୁଝର ଅତିରିକ୍ତ ଜିଲାପାଳ ସୁଷମା ବିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କେନ୍ଦୁଝର ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ପୁଷ୍କର ଚନ୍ଦ୍ର ବେହେରା ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଗୁଡିକୁ ଶୁଣିଥିଲେ ।

Comments (0)
Add Comment