ବିଶ୍ୱ ରେଡିଓ ଦିବସ ଅବସରରେ ନିଆରା କଳାକୃତି

ପୁରୀ,୧୩/୨- ବିଶ୍ୱ ରେଡିଓ ଦିବସ ଅବସରରେ ୧୧ ଶହ ଦିଆସିଲି କାଠିରେ ପୁରୁଣା ରେଡିଓ ମଡେଲ ପ୍ରତିକୃତିକୁ ତିଆରି କରିଛନ୍ତି ପୁରୀ କୁମ୍ଭାରପଡାର ବାସିନ୍ଦା ସୁଦର୍ଶନ ସାହୁଙ୍କ ପୁଅ ୧୯ ବର୍ଷୀୟ ଶାଶ୍ୱତ ରଂଜନ ସାହୁ । ଦିଆସିଲି କାଠିରେ ରେଡ଼ିଓ ପ୍ରତିକୃତି ତିଆରି କରିବାକୁ ଶାଶ୍ୱତଙ୍କୁ ୩ ଦିନ ସମୟ ଲାଗିଥିଲା । ଏହି ନିଆରା ରେଡ଼ିଓର ଉଚ୍ଚତା ୮ ଇଂଚ ଓ ଲମ୍ବ ୧୩ ଇଂଚ ରହିଛି । ୧୩ ଫେବୃଆରୀକୁ ବିଶ୍ୱ ରେଡ଼ିଓ ଦିବସ ଭାବେ ପାଳନ କରାଯାଏ । ଯୋଗାଯୋଗ , ସୂଚନାପ୍ରଦାନ କ୍ଷେତ୍ରରେ ରେଡିଓର ଉପକାରିତା ଓ ଆବଶ୍ୟକତା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ପାଇଁ ଏହି ଦିବସ ପାଳନ କରାଯାଉଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ ରେଡ଼ିଓରେ ଏବେ ଲୋକପ୍ରିୟତା ହାସଲ କରିଚି । ଏଣୁ ରେଡିଓ ଓ ରେଡିଓ କାର୍ଯ୍ୟକ୍ରମକୁ ସମର୍ଥନକରି ପୁରୀର ଶାଶ୍ୱତ ରଂଜନ ସାହୁ ଏହି ନିଆରା କଳାକୃତି କରିଛନ୍ତି । ପୂର୍ବରୁ ସେ ମଧ୍ୟ ଅନେକ କଳାକୃତି ଦିଆସିଲି କାଠିରେ କରି ବେଶ ପ୍ରଶଂସା ପାଇଛନ୍ତି ।

Comments (0)
Add Comment