ପ୍ରଚାରର ଶେଷଦିନରେ ଆଶ୍ରିତଙ୍କ ପାଇଁ ପ୍ରଚାରକଲେ ସାଂସଦ ଅପରାଜିତା

ପୁରୀ,୨୭/୯- ପିପିଲି ଉପନିର୍ବାଚନ ନେଇ ଆଜି ପ୍ରଚାର ଶେଷ ହୋଇଛି । ବିଜେପି ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଚାର କରିଛନ୍ତି । ପିପିଲି , ଡେଲାଙ୍ଗରେ ସେ କ୍ୟାଂପେନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ କାର୍ଯ୍ୟକୁ ନେଇ ସାରା ଦେଶରେ ମୋଦିଙ୍କୁ ଲୋକମାନେ ପସନ୍ଦ କରୁଥିବାବେଳେ ପିପିଲିବାସୀ ମଧ୍ୟ ବିଜେପିକୁ ଜିତାଇ ପିପିଲି ନିର୍ବାଚନ ମଣ୍ଡଳୀର ବିକାଶ ଦିଗରେ ସହଯୋଗ କରିବାକୁ ଅପରାଜିତା ଭୋଟରଙ୍କୁ ଅନୁରୋଧ କରିଛନ୍ତି । ପିପିଲି ନିର୍ବାଚନ ମଣ୍ଡଳୀରେ ଦୀର୍ଘ ବର୍ଷ ହେବ ଯେଭଳି ବିକାଶ କାର୍ଯ୍ୟ ଆଗକୁ ଯାଇପାରିନାହିଁ ଲୋକଙ୍କ ଭିତରେ ବିଜେଡି ସରକାର ବିରୋଧରେ ଜନ ଆକ୍ରୋଶ ରହିଛି । ଏଣୁ ଭୋଟରମାନେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ବିପୁଳ ଭୋଟରେ ବିଜୟ କରାଇବେ ବୋଲି ସେ ଦୃଢ଼ ବିଶ୍ୱାସ ଥିବା ଅପରାଜିତା କହିଛନ୍ତି । ଆଜିର ଶେଷ ଦିବସ କ୍ୟାଂପେନରେ ବିଜେପି ବରିଷ୍ଠ ନେତା , କର୍ମୀମାନେ ସାମିଲ ହୋଇଥିଲେ । ଆସନ୍ତା ୩୦ ତାରିଖରେ ମତଦାନ ଅନୁଷ୍ଠିତ ହେବ । ଅକ୍ଟୋବର ୩ ତାରିଖ ଭୋଟ ଫଳାଫଳ ପ୍ରକାଶ ପାଇବ ।

Comments (0)
Add Comment