ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ,୨/୨- ୨୦୨୨ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ । ନୟାଗଡର ଦଶପଲ୍ଲା ରେଞ୍ଜରୁ ଆସିଛି ରଥକାଠ । ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ପୂର୍ବରୁ ବଳକା ରହିଛି ୮୦ ଖଣ୍ଡ କାଠ । ମୋଟ ୭୮୫ ଅସନ, ଧଉରା ଏବଂ ଫାସୀ କାଠର ଆବଶ୍ୟକତା ରହିଛି । ତେବେ ନୟାଗଡ ଦଶପଲ୍ଲା ରେଞ୍ଜରୁ ଆଜି ଦୁଇଟି ଟ୍ରକରେ ପୁରୀରେ ଆସି ପହଞ୍ଚିଛି ୬୩ ଖଣ୍ଡ ଧଉରା ଓ ଅସନ କାଠ । ଆସନ୍ତା ୫ ତାରିଖ ଶ୍ରୀପଞ୍ଚମୀ ଦିନ ବିଧି ଅନୁଯାୟୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଥ ନିର୍ମାଣ ପାଇଁ ତିନୋଟି ରଥକାଠର ଅନୁକୁଳ ପୂଜା କରାଯିବ । ପର୍ଯ୍ୟାୟକ୍ରମେ ବାକି କାଠ ଆସି ପହଞ୍ଚିବ ବୋଲି କହିଛନ୍ତି ରଥ ତତ୍ତ୍ୱାବଧାରକ ।

Comments (0)
Add Comment