ପୁରୀ ଜିଲ୍ଲାସ୍ତରୀୟ ୮୭ତମ ଓଡିଶା ଦିବସ ପାଳିତ

ପୁରୀ,୨/୪- ଜିଲ୍ଲାସ୍ତରୀୟ ୮୭ତମ ଓଡିଶା ଦିବସ ପାଳିତ ହୋଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ୱପ୍ନାରାଣୀ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସଭାରୋ ପୌରହିତ୍ୟ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ୱତନ୍ତ୍ର ଓଡିଶା ଗଠନ ନିମନ୍ତେ ଅବଦାନ ଥିବା ମହାମନିଷୀ ମାନଙ୍କ ପ୍ରତି ଅତିଥିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମହାପୁରୁଷ ମାନଙ୍କ ତ୍ୟାଗ ଓ ଉଦ୍ୟମ ଯୋଗୁଁ ସ୍ୱତନ୍ତ୍ର ଭାଷାଭିତ୍ତିକ ପ୍ରଦେଶ ଗଠନ ହୋଇ ସମ୍ଭବ ହୋଇପାରିଛି । ସମୟର ସମସ୍ତ ବାଧାବିଘ୍ନକୁ ସଫଳତାର ସହ ସାମ୍ନାକରି ଏ ଜାତି ଅଗ୍ରସର ହୋଇଛି । ଇତିହାସକୁ ପାଥେୟ କରି ଏବଂ ପୂର୍ବଜ ମାନଙ୍କ ଦେଶ ଓ ଜାତି ଗଠନ ଦିଗରେ ଥିବା ଅବଦାନକୁ ସ୍ମରଣ କରି ନିଜର ଉପସ୍ଥିତି ସାବ୍ୟସ୍ତ କରିବାରେ ସଫଳ ହୋଇଛି । ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ସମାଜ ଗଠନସହ ସାମଗ୍ରିକ ଉନ୍ନତି ନିମନ୍ତେ କାର୍ଯ୍ୟ କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ବିଶେଷ ଅବଦାନ ନିମନ୍ତେ ୮ ଜଣ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରଙ୍ଗଶାଳା ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପ୍ରାତଃ ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସହରରେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରାଯାଇଥିଲା । ସହରର ସମସ୍ତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୌରସଂସ୍ଥା ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା । ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ପ୍ରମୁଖ ସିଂହଦ୍ୱାରସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଶ୍ରୀ ଶ୍ୟାମପ୍ରକାଶ ସେନାପତି ଓ ଶ୍ରୀ ବଦ୍ରୀ ମିଶ୍ର ସାସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Comments (0)
Add Comment