ଆରମ୍ଭହେଲା ନାମାଙ୍କନ ଦାଖଲ ପ୍ରକ୍ରିୟା

ପୁରୀ,୧୭/୧- ପଂଚାୟତ ନିର୍ବାଚନ ପାଇଁ ବିଗୁଲ ବାଜି ସରିଛି । ଆଜିଠାରୁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ ପୁରୀ ଜିଲ୍ଲାର ମୋଟ ୨୬୮ ଟି ପଂଚାୟତ , ୩୩ ଟି ଜିଲ୍ଲା ପରିଷଦ ଯୋନ ପାଇଁ ନିର୍ବାଚନ ହେବ । ୱାର୍ଡମେମ୍ବର୍‌ , ସରପଞ୍ଚ , ପଂଚାୟତ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚନ ହେବ । ୱାର୍ଡମେମ୍ବର୍‌ ଓ ସରପଂଚ ନିଜସ୍ୱ ପଂଚାୟତରେ ନାମାଙ୍କନ ପତ୍ର ଦାଖଲ କରିବେ । ସମିତିସଭ୍ୟ ମାନେ ବିଡିଓଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିବେ । ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ଉପ ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ ହେବ । ୧୭ ରୁ ୨୧ ତାରିଖ ଯାଏ ନାମାଙ୍କନ ପତ୍ର ଦାଖଲ , ୨୫ରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ତେବେ ରାଜ୍ୟ ନିର୍ବାଚନ କମିଶନଙ୍କ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ସବୁ କିଛି ହେବ । ନିର୍ବାଚନ ପ୍ରଚାର ନିୟମ ନେଇ ସଚେତନ କରାଯାଇଛି । ନିୟମ ଉଲଘଂନ ହେଲେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ହେବ ବୋଲି ପୁରୀ ଉପ ଜିଲ୍ଲାପାଳ କହିଛନ୍ତି ।

Comments (0)
Add Comment