ବାତ୍ୟାନିରୋଧକ ବାସଗୃହ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ପୁରୀ,୭/୯- ଦୀର୍ଘ ଆଠ ବର୍ଷ ବିତିଯାଇଥିଲେ ମଧ୍ୟ ପୁରୀଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନରେ ଥିବା ଫାଇଲିନ କ୍ଷତିଗ୍ରସ୍ତଙ୍କୁ ଏ ଯାଏ ସହାୟତା ରାଶି ମିଳିନାହିଁ । ତାହାର ପ୍ରତିବାଦରେ କୃଷ୍ଣପ୍ରସାଦ ବ୍ଲକର ଫାଇଲିନ କ୍ଷତିଗ୍ରସ୍ତ ମାନେ ପୁରୀଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଓଡିଶା ଡିଜାଷ୍ଟର ରିକଭରି ପ୍ରୋଜେକ୍ଟ ମୁତାବକ ୪୮୩୨ ହିତାଧିକାରୀଙ୍କ କ୍ଷୟକ୍ଷତି ଆକଳନ କରାଯାଇ ସହାୟତା ପାଇଁ ଚୟନ କରାଯାଇଥିଲା ମାତ୍ର ୧୭୮୬ ଜଣଙ୍କୁ ଏହି ସହାୟତା ରାଶି ପ୍ରଦାନରୁ ବଂଚିତ କରାଗଲା । ତିନି ଲକ୍ଷ ଟଙ୍କା ବଦଳରେ କାହାକୁ କୋଡିଏ ତ ଆଉ କାହାକୁ ତିରିଶ ହଜାର ଟଙ୍କା ଦିଆଗଲା । ଏ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ଅଣଦେଖା କରାଗଲା । ତେଣୁ ଏହାର ପ୍ରତିବାଦରେ କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ଅଂଚଳର ବାତ୍ୟାନିରୋଧକ ବାସଗୃହ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

Comments (0)
Add Comment