ପୁରୀ,୨୦/୯- ପୁରୀ ପିପିଲି ଉପନିର୍ବାଚନ ନେଇ ଆଜିଠାରୁ ବିଧିବଦ୍ଧ ପ୍ରଚାର ଆରମ୍ଭ ହୋଇଛି । ତେବେ ଶାନ୍ତି ଶୃଙ୍ଖଳା ପାଇଁ ଆଜି ପୋଲିସ ପକ୍ଷରୁ ପିପିଲି ଫ୍ଲାଗ ମାର୍ଚ୍ଚ କରାଯାଇଛି । ୩ କମ୍ପାନୀ ବିଏସଏଫ୍ ଏହି ଫ୍ଲାଗମାର୍ଚ୍ଚରେ ସାମିଲ ହୋଇଛ଼ନ୍ତି । ସେହିପରି ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ନାକା ଲଗାଯାଇ କଡାକଡି ଚେକିଂ କରାଯାଉଛି । ସେହିପରି କୌଣସି ରାଲିକୁ ଅନୁମତି ନଥିବା ବେଳେ ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଆରକ୍ଷୀ ଅଧୀକ୍ଷକ କହିଛନ୍ତି । କୋଭିଡ କଟକଣାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ସେହିପରି ଆଜି ପ୍ରଥମ ଦିନରେ ୮ ଟି ସ୍ଥାନରେ ପ୍ରଚାର ହେବ । ଉକ୍ତ ସ୍ଥାନରେ ସ୍ଥିତି ଉପରେ ନଜର ରଖିବା ପାଇଁ ପୋଲିସ ବାହିନୀ ମୁତୟନ ଥିବା ପୁରୀ ଏସ ପି କହିଛନ୍ତି । ଉତ୍ତେଜନାପୂର୍ଣ୍ଣ ଜାଗାରେ କଡା ନଜର ପୋଲିସ ପକ୍ଷରୁ ରଖାଯାଇଛି । ମୁକ୍ତ ଓ ଅବାଧ ନିର୍ବାଚନ ନେଇ ପୋଲିସ ପଦକ୍ଷେପ ନେଇଥିବା ଏସ ପି କହିଛନ୍ତି । ଆସନ୍ତା ୩୦ ତାରିଖରେ ନିର୍ବାଚନ ହେବ । ଅକ୍ଟୋବର ୩ ରେ ଭୋଟ ଗଣତି ରହିଛି ।