ଜିଲ୍ଲାପାଳଙ୍କ ଶ୍ରୀଜଗନ୍ନାଥ ଷ୍ଟାଡିୟମ ଓ ସ୍ପୋର୍ଟସ କଂପ୍ଲେକ୍ସ ନିର୍ମାଣ କାର୍ଯ୍ୟ ସମୀକ୍ଷା

ପୁରୀ,୫/୨- ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ପେଣ୍ଠକଟାସ୍ଥିତ ଶ୍ରୀଜଗନ୍ନାଥ ଷ୍ଟାଡିୟମ ଓ ତାଳବଣିଆରେ ଥିବା ସ୍ପୋର୍ଟସ କଂପ୍ଲେକ୍ସ ବୁଲି ଦେଖିବାସହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶ୍ରୀ ଜଗନ୍ନାଥ ଷ୍ଟାଡିୟମ ପରିସରରେ କ୍ରିକେଟ ପଡିଆ, ଜିମ୍ନାଷ୍ଟିକ୍‌, ସନ୍ତରଣ, ଆଥଲେଟିକ୍‌ ଆଦି ବହୁବିଧକ୍ରୀଡା ଏବଂ ୧୦୦ ଶଯ୍ୟା ବିଶିଷ୍ଟ ସ୍ପୋର୍ଟସ ହଷ୍ଟେଲ ନିମନ୍ତେ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହାଦ୍ୱାରା ପୁରୀ ଜିଲ୍ଲାର ଖେଳାଳୀମାନେ ଉତ୍ତମ ଭିତ୍ତିଭୂମି ପାଇପାରିବାସହ ସେମାନଙ୍କ ପ୍ରତିଭା ବିକାଶରେ ଏହା ସହାୟକ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହାର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷକରିବା ପାଇଁ ସଂପୃକ୍ତ ସଂସ୍ଥା ୱାପକ୍ସକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ଜିଲ୍ଲାପାଳ ତାଳବଣିଆରେ ଥିବା ସ୍ପୋର୍ଟସ କଂପ୍ଲେକ୍ସ ବୁଲି ଦେଖିବାସହ ସେଠାରେ ପୂର୍ତ୍ତବିଭାଗ ପକ୍ଷରୁ ଜାରି ବିଭିନ୍ନ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ସେଠାରେ ଚାଲିଥିବା ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜିର ଫାଇନାଲ ମ୍ୟାଚର ଉଭୟ ଦଳର ଖେଳାଳିଙ୍କ ସହ ଜିଲ୍ଲାପାଳ ସୌହାର୍ଦ୍ଦ୍ୟପୂର୍ଣ୍ଣ ସାକ୍ଷାତ କରିଥିଲେ । ଏହି ଅବସରରେ ଜିଲ୍ଲା କ୍ରୀଡାଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ଆଥଲେଟିକ ସଂଘ ସଂପାଦକ ଶ୍ରୀ ରବିଶଙ୍କର ପ୍ରତିହାରୀ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment