ପୁରୀ,୧୨/୧୧- ଶିକ୍ଷୟିତ୍ରୀ ମମିତା ମେହେର ଘଟଣାକୁ ନେଇ ଆଜି ଓଡିଶାରେ ବନ୍ଦ ପାଳନ କରିଛି କଂଗ୍ରେସ । ତେବେ ପୁରୀରେ ମଧ୍ୟ ଯୁବ କଂଗ୍ରେସ କର୍ମକର୍ତ୍ତା ଓ କର୍ମୀ ମଧ୍ୟ ଆନ୍ଦୋଳନ ନାରବାଜି କରିଥିଲେ । ବିଭିନ୍ନ ଛକ ରାସ୍ତାରେ ଶୋଭାଯାତ୍ରା କରିଥିଲେ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମମିତା ମର୍ଡର କେଶରେ ସମ୍ପୃକ୍ତଥିବା ଅଭିଯୋଗ ହୋଇ ଆସୁଥିବାବେଳେ ସରକାର ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ନ କରି ତାଙ୍କୁ ଘଣ୍ଟ ଘୋଡାଉଛ଼ନ୍ତି । ଯାହାକି ଅତି ଦୁର୍ଭାଗ୍ୟ ବିଷୟ । ଯଦି ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ତୁରନ୍ତ ବହିଷ୍କାର ନ କରି ତାଙ୍କ ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ ନ କରନ୍ତି କଂଗ୍ରେସ ଦଳ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ କଂଗ୍ରେସ ପକ୍ଷରୁ ଆଜି ପୁରୀ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇଥିଲା ।