ମହାପ୍ରଭୁଙ୍କୁ ଦର୍ଶନ କଲେ ୫ଟି ସଚିବ ଭି କେ ପାଣ୍ଡିଆନ

ପୁରୀ,୫/୨- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ୫ଟି ସଚିବ ଭି କେ ପାଣ୍ଡିଆନ । ଦର୍ଶନ କରିବା ପରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗର କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ସିଂହଦ୍ୱାର ଠାରୁ ଆରମ୍ଭ କରି ଉତ୍ତରଦ୍ୱାର ପର୍ଯ୍ୟନ୍ତ ବାହାରେ ଅନୁଧ୍ୟାନ କରିବାସହ ଏନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ତେବେ ପ୍ରତି ଶନିବାର ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ଆଜି ବସନ୍ତ ପଞ୍ଚମୀରେ ମହାପ୍ରଭୁଙ୍କୁ ସପରିବାର ଦର୍ଶନ କରିଛନ୍ତି । ସେପଟେ ସେବାୟତଙ୍କ ପକ୍ଷରୁ ତାଙ୍କୁ ମହାପ୍ରଭୁଙ୍କ ପଦ୍ମବେଶର ଓଲାଗି ହଂସ ପ୍ରଦାନ କରାଯାଇଥିଲା ।

Comments (0)
Add Comment