ପୁରୀ,୨୬/୭- ଟୋକିଓ ଚାଲିଥିବା ଅଲମ୍ପିକ କ୍ରୀଡାରେ ଭାରତୀୟ ଖେଳାଳିଙ୍କ ସଫଳତା ନେଇ ଖେଳାଳିଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ପ୍ରଦାନ କରାଯାଉଛି । ଏହି ଅବସରରେ ପୁରୀର ଜଣେ ଯୁବ ଚିତ୍ରଶିଳ୍ପୀ ବିଶ୍ୱଜିତ ନାୟକ ମଧ୍ୟ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଦେଇଛନ୍ତି । ଏ ନେଇ ସେ ୩୭୫ ଟି ଆଇସକ୍ରିମ କାଠିରେ ଅଲମ୍ପିକର ଲୋଗୋ ତିଆରି କରିବା ସହ ଅଲମ୍ପିକରେ ଖେଳା ଯାଉଥିବା କିଛି କ୍ରୀଡା ଇଭେଣ୍ଟ କୁ ତାଙ୍କ କଳାକୃତିରେ ସ୍ଥାନ ଦେଇଛନ୍ତି ।
ଟିମ ଇଣ୍ଡିଆର ଖେଳାଳୀମାନେ ଟୋକିଓ ଅଲମ୍ପିକରେ ଆହୁରି ସଫଳତା ପାଆନ୍ତୁ ଓ ଭାରତ ଯଶ କୀର୍ତି ସାରା ବିଶ୍ୱରେ ବଢ଼ାନ୍ତୁ ବୋଲି ଯୁବ ଚିତ୍ରଶିଳ୍ପୀ ବିଶ୍ୱଜିତ ନାୟକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।