ଆସନ୍ତା ୨୦ ରେ ତୃତୀୟଥର ପାଇଁ ପୁରୀ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ,୯/୨- ପୁରୀ ବଡ଼ଦାଣ୍ଡ ସ୍ଥିତ ଚୈତନ୍ୟ ଗଉଡିଆ ମଠର ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଆବିର୍ଭାବ ମହୋତ୍ସବର ଶୁଭ ଉଦଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି । ଏହାକୁ ନେଇ ମଠ ପକ୍ଷରୁ ଜୋରସୋରରେ ଚାଲିଛି ସମସ୍ତ ପ୍ରସ୍ତୁତି । ମଠର କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା ୧୯ରେ ନଗର ସଂକୀର୍ତ୍ତନ ଏବଂ କାର୍ଯ୍ୟକ୍ରମର ସନ୍ଧ୍ୟା ଅଧିବେଶନ ଅନୁଷ୍ଠିତ ହେବ । ଏହାପରେ ୨୦ ତାରିଖ ଦିନ ଶରଧାବାଲିରେ ବିଶ୍ୱ ବୈଷ୍ଣବ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତେବେ ଏହାପୂର୍ବରୁ ବଡ଼ଦାଣ୍ଡରେ ଥିବା ଗୈାଡିଆ ମଠରେ ରାଷ୍ଟ୍ରପତି ପହଞ୍ଚି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କୁ ଅର୍ଘ୍ୟ ଏବଂ ପୁଷ୍ପାଞ୍ଜଳି ଅର୍ପଣ କରିବେ ବୋଲି ମଠ ପକ୍ଷରୁ କୁହାଯାଇଛି । ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତୃତୀୟ ଥର ପାଇଁ ପୁରୀ ଗସ୍ତରେ ଆସୁଥିବାରୁ ସେବାୟତ ଓ ସହରବାସୀଙ୍କ ମଧ୍ୟରେ ବେଶ୍‌ ଉତ୍କଣ୍ଠା ପ୍ରକାଶ ପାଇଛି ।

Comments (0)
Add Comment