ପିପିଲି ଏନଏସି ଅଧ୍ୟକ୍ଷ ହେଲେ ବିଜେଡିର ଶେଖ ବାବୁ

ପୁରୀ,୨୬/୩- ପୁରୀ ଜିଲ୍ଲାର ପିପିଲି ଏନଏସିରେ ବିଜେଡି ଅଧକ୍ଷ ପ୍ରାର୍ଥୀ ଶେଖ ବାବୁ ୨୧୦୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ପିପିଲି ଏନଏସିର ୧୬ ଟି ୱାର୍ଡ ନିର୍ବାଚନ ଫଳାଫଳ ପ୍ରକାଶ ପରେ ବିଜେଡି ୧୩ଟି ୱାର୍ଡ, ବିଜେପି ୨ଟି ୱାର୍ଡ ଏବଂ ସ୍ୱାଧୀନ ଗୋଟିଏ ୱାର୍ଡରେ ବିଜୟୀ ହୋଇଛ଼ନ୍ତି । ବିଜେଡି ଅଧକ୍ଷ ପ୍ରାର୍ଥୀ ଶେଖ ବାବୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେପି ଅଧକ୍ଷ ପ୍ରାର୍ଥୀ ସୁକାନ୍ତ ଭଟ୍ଟଙ୍କ ଠାରୁ ୨୧୦୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ପିପିଲି ଏନଏସି ନିର୍ବାଚନରେ ଅଧକ୍ଷ ପ୍ରାର୍ଥୀ ଭାବେ ବିଜେପିରୁ ସୁକାନ୍ତ ଭଟ୍ଟ, ବିଜେଡିରୁ ଶେଖ ବାବୁ ଏବଂ କଂଗ୍ରେସରୁ ଗୁଣନିଧି ପ୍ରଧାନ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ବିଜେଡି ପ୍ରାର୍ଥୀ ଶେଖ ବାବୁ ପିପିଲି ଏନଏସିବାସୀଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି । । ସେପଟେ ବିଜୟର ଶ୍ରେୟ ପିପିଲି ଏନଏଏସି ଭୋଟର ଙ୍କୁ ଦେଇଛନ୍ତି ନବନିର୍ବାଚିତ ଚେୟାରମ୍ୟାନ ଓ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ । ଆଗାମୀ ଦିନରେ ପିପିଲି ଅଞ୍ଚଳରେ ବିକାଶ ମୂଳ ଲକ୍ଷ୍ୟ ରହିବ ବୋଲି ନବ ନିର୍ବାଚିତ ଚେୟାରମ୍ୟାନ କହିଛନ୍ତି ।

Comments (0)
Add Comment