ବଡ଼ଦାଣ୍ଡ ଜଳାର୍ଣ୍ଣବ

ପୁରୀ : ଲଗାଣ ବର୍ଷାରେ ବଡ଼ଦାଣ୍ଡ ଜଳାର୍ଣ୍ଣବ। ଲଗାଣ ବର୍ଷା ଯୋଗୁଁ ସହରବାସୀ ଅନେକ ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ବିଶେଷ ଭାବେ ଲଘୁଚାପ ଜନିତ ଏହି ବର୍ଷାରେ ବଡ଼ଦାଣ୍ଡ ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇପଡିଛି। ସୋମବାର ପୂର୍ବାହ୍ନରୁ ପୁରୀରେ ଲାଗିରହିଛି ମାଧ୍ୟମ ଧରଣର ବର୍ଷା।ଦୀର୍ଘ ସମୟ ଧରି ବର୍ଷା ଫଳରେ ଅନେକ ଅଞ୍ଚଳରେ ପାଣି ଜମିରହିଛି। ବିଶେଷ ଭାବେ ବର୍ଷା ଯୋଗୁ ସହର ତଳି ଓ ବସ୍ତି ଅଞ୍ଚଳରେ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖିନ ହୋଇଛନ୍ତି। ବଡ଼ଦାଣ୍ଡର ଡାକ୍ତରଖାନା ଛକ, ବଳଗଣ୍ଡି, ମର୍କେଚ୍ଛାକ, ମରିଚିକୋଟ ଛକରେ ଦୀର୍ଘ ସମୟ ଧରି ବର୍ଷାପାଣି ଜମି ରହିବା କାରଣରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ଯାନବାହାନ ଚଳାଚଳରେ ମଧ୍ୟ ଅସୁବିଧା ଉପୁଜିଛି। ମୁଖ୍ୟନାଳ ରଥଯାତ୍ରା ପୂର୍ବରୁ ସଫା କରାଯାଇଥିଲେ ମଧ୍ୟ ଜଳ ନିଷ୍କାସନରେ ସମସ୍ୟା ଉପୁଜିଛି। ବଡ଼ଦାଣ୍ଡରୁ ତୁରନ୍ତ ଜଳ ନିଷ୍କାସନ କରିବାକୁ ସାଧାରଣରେ ଦାବୀ ହୋଇଛି।

Comments (0)
Add Comment