ହବିଷ୍ୟାଳୀଙ୍କୁ ପାଇଁ ସବୁ ସୁବିଧା ହୋଇଛି : ଜିଲ୍ଲାପାଳ

ପୁରୀ : ପୁରୀରେ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀଙ୍କ ରହିବା ପାଇଁ ହବିଷ୍ୟାଳୀ ଶିବିରର ଆୟୋଜନ କରାଯାଇଛି । ଏଥିରେ ୩ ହଜାର ହବିଷ୍ୟାଳୀ ରହିଛନ୍ତି । ସରକାର ସେମାନଙ୍କ ରହିବା ପାଇଁ ଖଟ, ଗଦି, ତକିଆ, ସାଲ୍‌ ଯୋଗାଇ ଦେବା ସହ ସ୍ୱାସ୍ଥ୍ୟ ସେବା ମଧ୍ୟ ଯୋଗାଇ ଦେଉଛନ୍ତି । ମାଗଣା ମହା ପ୍ରାସାଦ ସେବନ ବ୍ୟବସ୍ଥା କରିଛନ୍ତି । ସେହିପରି ପ୍ରତିଦିନ ଜଗାଦର୍ଶନ ପାଇଁ ସ୍ୱତନ୍ତ୍ର ବସ ଯୋଗେ ହବିଷ୍ୟାଳୀଙ୍କୁ ନିଆଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରେଇ ପୁଣି ଶିବିରକୁ ଆଣୁଛନ୍ତି । ତେବେ ହବଷ୍ୟାଳୀ ମା ମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଛ଼ି ବୋଲି ଜିଲ୍ଲାପାଳ କହିଛନ୍ତି । କୌଣସି ଅବହେଳା ଯେଭଳି ନ ହୁଏ ସମସ୍ତ କର୍ମଚାରୀ ଓ ସ୍ୱେଚ୍ଛାସେବୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ହବିଷ୍ୟାଳୀ ଶିବିରରେ ରହି ଜଗନ୍ନାଥ୍‌ ଦର୍ଶନ ପାଇଁ ଯାଉଥିବା ହବିଷ୍ୟାଳୀିଙ୍କୁ ଶ୍ରୀମନ୍ଦିର ଭିତରେ ନିର୍ଦ୍ଦିଷ୍ଟ କିଛି ସେବାୟତ ଖରାପ ବ୍ୟବହାର ସହ ଟାହି ଟାପରା କରୁଛନ୍ତି । ରାଜ୍ୟ ସରକାରଙ୍କ ଶିବିରରେ ରହି ତୁମେ ସବୁ ମାଗଣା ଖିଆ, ଆଦି ବିଭିନ୍ନ କଟୁ କଥା କହି ଆକ୍ଷେପ କରି କିଛି ସେବାୟତ କହୁଥିବା ହବିଷ୍ୟାଳୀମାନେ କହିଛନ୍ତି । ଏପରିକି କିଛି ସେବାୟତ କିଛି ହବିଷ୍ୟାଳୀଙ୍କୁ ମାଡ ମାରିବା ପାଇଁ ହାତ ଉଠାଇବାକୁ ପଛାଉ ନ ଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି । ରାଜ୍ୟ ସରକାର ହବିଷ୍ୟାଳୀ ଶିବିର କରି ବେଶ୍‌ ପ୍ରଶଂସା ପାତ୍ର ହୋଇ ଥିବା ବେଳେ କିଛି ସେବାୟତଙ୍କ ଦୁର୍ବ୍ୟବହାର ଯୋଗୁ ସରକାର ଦୁର୍ନାମ ମୁଣ୍ଡାଉଛନ୍ତି । ତେବେ ସବୁ କିଛି ଠିକ୍‌ ଥିବା ବେଳେ ଜଗନ୍ନାଥ୍‌ ଦର୍ଶନ ବେଳେ ହବିଷ୍ୟାଳୀଙ୍କୁ ସୁବିଧାରେ ଦର୍ଶନ ବ୍ୟବସ୍ଥା ସହ ସେବାୟତଙ୍କ ଦୁର୍ବ୍ୟବହାର ରୋକିବା ନେଇ ହବିଷ୍ୟାଳୀ କହିଛନ୍ତି ।

Comments (0)
Add Comment