ପୁରୀ : ପୁରୀରେ ଆୟୋଜିତ ହୋଇଛି ଡଗ ସୋ । କୁକୁରଙ୍କ ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପୁରୀ କେନାଲ କ୍ଲବ୍ ପକ୍ଷରୁ ଆୟୋଜିତ ଯୋଇଛି ଡଗ ସୋ ।ଏକ ସଙ୍ଗରେ ଭିନ୍ନ ଭିନ୍ନ ପ୍ରଜାତିର କୁକୁର ମାନେ ଏକତ୍ରିତ ହୋଇଥିବା ବେଳେ ଏହା କୁକୁର ପ୍ରେମୀ ମାନଙ୍କୁ ବେଶ ଆକର୍ଷିତ କରିଥିଲା । ଡ଼ଗ ସୋରେ ୨୨ଟି ପ୍ରଜାତିର ୨୪୦ ରୁ ଅଧିକ କୁକୁର ଭାଗ ନେଇ ଥିବା ବେଳେ ଏହି ସୋକୁ ଦେଖିବା ପାଇଁ ଦର୍ଶକଙ୍କ ବେଶ୍ ଗହଳି ଜମାଇଥିବା ପରିଲକ୍ଷିତ ହୋଇଥିଲା । ଲକ୍ଷ୍ୟ ଥିଲା ବିଭିନ୍ନ ପ୍ରଜାତିର କୁକୁରମାନଙ୍କୁ ଏକତ୍ରିତ କରିବା ସହିତ କୁକୁର ପ୍ରେମୀ ମାନଙ୍କୁ ଆକର୍ଷିତ କରିବା । ପୁରୀରେ ଡ଼ଗ ସୋ ଅନୁଷ୍ଠିତ ହୋଇଥିବା ବେଳେ ୨୪୦ ରୁ ଅଧିକ କୁକୁର ମାନଙ୍କର ହୋଇଥିଲା ସମାଗମ । ଜର୍ମାନ ସେଫର୍ଡ, ଲବ୍ରାଡର, ଗୋଲାଡେନ ରିଟ୍ରାଏର, ପାକିସ୍ଥାନ ବୁଲି, ଜର୍ମାନ ସ୍ପିଜ଼ ଆଦି ୨୨ ପ୍ରକାର ପ୍ରଜାତିର କୁକୁର ପୁରୀ ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସରେ ଦେଖିବାକୁ ମିଳିଥିଲା । ସୋରେ ଯୋଗଦାନ କରୁଥିବା ସମସ୍ତ ପ୍ରତିଯୋଗୀମାନଙ୍କ ପାଇଁ ଆୟୋଜକଙ୍କ ପକ୍ଷରୁ ପୁରସ୍କାରର ପ୍ରଦାନ କରାଯାଇଛି । ପୂର୍ବରୁ ପୁରୀରେ ଡ଼ଗ ସୋ ଅନେକ ବାର ଆୟୋଜିତ ହୋଇଥିବା ସତ୍ତେ୍ୱ ଏହି ଶୋ ଆଣିଛି ଅନେକ ଆକର୍ଷଣ ।
ଡ଼ଗ ସୋ ରେ ପ୍ରତିଯୋଗୀ ଭାବେ ଯୋଗଦାନ କରି ଅନେକ ଉତ୍ସାହିତ ହୋଇଥିବା ବେଳେ ଏପରି ସୋ କୁକୁର ପ୍ରେମୀ ମାନଙ୍କୁ ଆକର୍ଷିତ କରିଛି । କୁକୁର ମାନଙ୍କୁ ଲାଳନ ପାଳନ ଓ ସେମାନଙ୍କର ରକ୍ଷଣାବେକ୍ଷଣ ସମ୍ପର୍କରେ ମଧ୍ୟ ଏହି ଡ଼ଗ ସୋ ବେଶ ସହାୟକ ହୋଇଛି । ସେପଟେ ଏହି ଡଗ ସୋ ଦ୍ୱାରା ଲୋକମାନେ କୁକୁରଙ୍କ ସମ୍ପର୍କରେ ଅନେକ ଗୁଡ଼ିଏ କଥା ଜାଣି ପାରିବେ । ଏହା ଦ୍ୱାରା କୁକୁର ରଖିବା ନେଇ ଅଧିକ ଲୋକ ଆଗ୍ରହ ପ୍ରକାଶ କରିବେ ବୋଲି ପୁରୀ ଅତିରିକ୍ତ ଏସପି କହିଛନ୍ତି ।