ଆସନ୍ତା ୧୦ରୁ ଚାଲିବ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ, ଜାଣନ୍ତୁ କେଉଁ କେଉଁ ଷ୍ଟେସନରେ ରହିବ

ଭୁବନେଶ୍ୱର: ସମ୍ବଲପୁର-ପୁରୀ-ସମ୍ବଲପୁର ଇଂଟର ସିଟି ଏକ୍ସପ୍ରେସକୁ ଚଳିତ ମାସ ୧୦ ତାରିଖ ଠାରୁ ଚଳାଚଳ କରାଇବା ପାଇଁ ନିଷ୍ପତି ନିଆଯାଇଛି । ୧୮୩୦୩ ସମ୍ବଲପୁର-ପୁରୀ ଇଂଟର ସିଟି ଏକ୍ସପ୍ରେସ ସମ୍ବଲପୁରରୁ ପ୍ରତ୍ୟହ ସକାଳ ୬ ଘଟିକାରେ ଛାଡ଼ି ପୁରୀ ଠାରେ ଅପରାହ୍ନ ୧୨ଘ.୫୦ମି.ରେ ପହଂଚିବ । ଫେରିବା ମାର୍ଗରେ, ୧୮୪୦୪ ପୁରୀ-ସମ୍ବଲପୁର ଇଂଟର ସିଟି ଏକ୍ସପ୍ରେସ ପୁରୀ ଠାରୁ ପ୍ରତ୍ୟହ ଅପରାହ୍ନ ୩ଘ.୪୫ମି.ରେ ଛାଡି ସମ୍ବଲପୁର ଠାରେ ରାତ୍ରି ୧୦ଘ.୨୦ମି.ରେ ପହଂଚିବ ।
ଏହି ଟ୍ରେନ୍‌ ସମ୍ବଲପୁର ଓ ପୁରୀ ମଧ୍ୟରେ ଉଭୟ ପାର୍ଶ୍ୱରୁ ଜୁଜୋମୁରା, ରେଢ଼ାଖୋଲ, ବାମୁର, ବଇଣ୍ଡା, ଜରାପଡ଼ା, ଅନୁଗୁଳ, ତାଳଚେର ରୋଡ୍‌, ମେରାମାଣ୍ଡଳୀ, ଢେ଼ଙ୍କାନାଳ, ନରାଜ ମାର୍ଥାପୁର, ମଂଚେଶ୍ୱର, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ଼ ଷ୍ଟେସନମାନଙ୍କରେ ରହଣି କରିବାକୁ ଥିବାବେଳେ ଏହାର ଗଠନରେ ଦୁଇଟି ଏସି ଚେୟାର କାର, ପାଂଚଟି ଦ୍ୱିତୀୟ ଶ୍ରେଣୀ ଚେୟାର କାର, ପାଂଚଟି ସାଧାରଣ ଦ୍ୱିତୀୟ ଶ୍ରେଣୀ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍‌ ଭ୍ୟାନ୍‌ ଉପଲବ୍ଧ ଅଛି ।
ବିଶାଖାପାଟନମ୍‌-କିରାଣ୍ଡୁଲ୍‌ ଏକ୍ସପ୍ରେସ ପ୍ରତିଦିନ ଚଳାଚଳ କରିବ
୧୮୫୧୪/୧୮୫୧୩ ବିଶାଖାପାଟନମ୍‌-କିରାଣ୍ଡୁଲ-ବିଶାଖାପାଟନମ୍‌ ଏକ୍ସପ୍ରେସକୁ ଦ୍ୱି-ସାପ୍ତାହିକରୁ ଦୈନିକ ଚଳାଚଳ ପାଇଁ ସ୍ଥିର କରାଯାଇଛି । ଏହି ଟ୍ରେନ ୭ ଏପ୍ରିଲ, ୨୦୨୨ ଠାରୁ ବିଶାଖାପାଟନମ୍‌ ଠାରୁ ଏବଂ ୮ ଏପ୍ରିଲ, ୨୦୨୨ ଠାରୁ କିରାଣ୍ଡୁଲ ଠାରୁ ପ୍ରତିଦିନ ଚଳାଚଳ କରିବ । ଏହି ଟ୍ରେନ ପାଇଁ ସ୍ଥିରୀକୃତ ସମୟ ସାରଣୀ, ରହଣି ସ୍ଥାନ ଏବଂ ଗଠନରେ କୌଣସି ପରିବର୍ତନ ହେବନାହିଁ ।

Comments (0)
Add Comment