ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଖସାପଡା ନୀତି

ପୁରୀ : ଶ୍ରୀମନ୍ଦିରରେ ସୋମବାର ଶ୍ରୀଜୀଉଙ୍କ ଖସପଡ। ନୀତି ଅନୁଷ୍ଠିତ ହୋଇଯାଇଛି। ବାର ମାସରେ ୧୩ ପର୍ବ ତା ଭିତରୁ କାଳିଆ ଦୁଆରରେ କେତେ ରୀତିନୀତି ରହିଛି ତାହା କହିବା କଷ୍ଟ। ଶ୍ରୀମନ୍ଦିରର ବିଭିନ୍ନ ପରମ୍ପରା ମଧ୍ୟରୁ ଆଜି ଶ୍ରୀଜିଉଙ୍କ ଖସାପଡା ନୀତି ଅନୁଷ୍ଠିତ ହୋଇଛି। ଏହା ଏକ ଗୁପ୍ତ ସେବା ହେଇଥିବାରୁ ବେଶ ଦର୍ଶନରେ ବଞ୍ଚିତ ରହିଥିଲେ ଶ୍ରଦ୍ଧାଳୁ। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଶ୍ରୀପୟର ସୁରକ୍ଷା ପାଇଁ ଏହି ନୀତି ଅନୁଷ୍ଠିତ ହୋଇଥାଏ। ରଥଯାତ୍ରା ଅବସରରେ ଠାକୁରଙ୍କ ଶ୍ରୀଅଙ୍ଗକୁ ବାଧା ପହଞ୍ଚିଥାଏ। ଏଣୁ ଖସାପଡା ନୀତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷିତ ହୁଏ। ଏହା ଦଇତା ପତି ସେବାୟତ ମାନଙ୍କର ଗୋଷ୍ଠି ଗତ ଏବଂ ଗୁପ୍ତ ସେବା ଅଟେ। ବର୍ଷକୁ ୨ ରୁ ୩ ଥର ଏହି ଗୁପ୍ତ ସେବା ଅନୁଷ୍ଠିତ ହୋଇଥାଏ । ଗୁଣ୍ଡିଚା ଯାତ୍ରା ସାରିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଶ୍ରୀଅଙ୍ଗ ଶ୍ରୀପୟର ସୁରକ୍ଷା ପାଇଁ ଏହି ଖସାପଡା ନୀତି ସୋମବାର ଅନୁଷ୍ଠିତ ହୋଇଥିଲା। ତାପରେ ଦିଅଁ ମାନେ ହୋଲି ଖେଳିଲା ଯୋଗୁ ତାଙ୍କ ଶ୍ରୀ ଅଙ୍ଗର କେତେକ ଅଂଶ କ୍ଷତ ବିକ୍ଷେତ ହୋଇଯାଇ ଥାଏ ଏଥିପାଇଁ ଖସାପଡା ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀ ମନ୍ଦିର ସୂଚନା ଅନୁଯାୟୀ, ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସଂଧ୍ଯା ୫.୦୦ ଟାରୁ ରାତ୍ର ୯.୦୦ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲ।

Comments (0)
Add Comment