PWD ସହକାରୀ ଯନ୍ତ୍ରୀଙ୍କ ପୈତୃକ ବାସଭବନରେ ଭିଜିଲାନ୍ସ ଚଢ଼ାଉ

ଗଣିଆ : ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଗ୍ରାମର ରାଜକିଶୋର ଜେନାଙ୍କ ପୈତୃକ ବାସଭବନରେ ଆଜି ସକାଳୁ ଭିଜିଲାନ୍ସ ଟିମର ଏକ ପାଞ୍ଚଜଣିଆ ଦଳଚଢ଼ାଉ କରିଛନ୍ତି  । ସେ  PWD ଭୁବନେଶ୍ୱର ଡିଭିଜନ ୩ ରେ ସହକାରୀ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଥିଲେ ।ଆଜି ଏକା ସାଙ୍ଗରେ ପୈତୃକ ବାସଭବନ,ନୟାଗଡ଼ ସ୍ଥିତ ଶ୍ଵଶୁର ଘର, ଭୁବନେଶ୍ୱର ବାସସ୍ଥାନ, ଅନ୍ୟାନ୍ୟ ସମ୍ପର୍କୀୟଙ୍କ ସମେତ ଦଶଗୋଟି ସ୍ଥାନରେ ଏକସଙ୍ଗେ  ଚଢାଉ ଜାରିରହିଛି ।

Comments (0)
Add Comment